ରିଆମାଳ ମିଶନ ଶକ୍ତି କାଫେ ଦୀର୍ଘ ଦିନ ହେଲା ବନ୍ଦ

ଲକ୍ଷାଧିକ ଟଙ୍କା ନଷ୍ଟ ହେବାରେ ଲାଗିଛି
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ସଦରମହକୁମା ସାପ୍ତାହିକ ବଜାର ପରିସରରେ ଥିବା ମିଶନ ଶକ୍ତି କାଫେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡ଼ିରହିଛି।ସହରାଞ୍ଚଳ, ଗ୍ରାମାଞ୍ଚଳ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଏବଂ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କୁ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ସେତେବେଳର ପୂର୍ବ ସରକାର ମିଶନ ଶକ୍ତି କାଫେ ଖୋଲିଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ତରବରିଆ ନିର୍ମାଣ କରି ୨୦୨୩ ଅଗଷ୍ଟ ୧୪ ରେ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା।ଏହାର ପରିଚାଳନା ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦେଇଥିଲେ। ମାତ୍ର ଏହି କାଫେ କିଛି ଦିନ ଚାଲିଲା ପରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡ଼ିରହିଛି।ଫଳରେ ଏହାର ରକ୍ଷାଣାବେକ୍ଷଣ ର ଅଭାବ ଯୋଗୁଁ ଅନ୍ଧାରରେ ପଡ଼ି ରହିଛି।ପ୍ରଥମେ ନାଉଲିପଡା ମା ରାଧାରାଣୀ ଏସ୍.ଏଚ୍.ଜି ମହିଳା ମାନେ ଏହି କାଫେର ଟେଣ୍ଡର ନେଇଥିଲେ।ପରବର୍ତ୍ତୀ ସମୟରେ ଉକ୍ତ ସଂଘ ଏଥିରୁ ଓହରିବା ପରେ ଅନ୍ୟ ଏକ ମହିଳା ସଂଘକୁ ହସ୍ତାନ୍ତର କରାଯାଇ ଥିଲା। ସେ ମଧ୍ୟ କିଛିଦିନ ଚଳାଇବା ପରେ ଛାଡ଼ି ଚାଲି ଯାଇଥିଲେ।ସଂଘର ମହିଳା ଏହି କାଫେକୁ ପରିଚାଳନା କରି ନ ପାରି ଚାଲିଯିବାରୁ ସମ୍ପ୍ରତି ଏହି କାଫେଟି ଅବହେଳିତ ହୋଇ ପଡ଼ିରହିଛି। ଏହାର ସୌନ୍ଦର୍ଯ୍ୟକରଣ ସାମଗ୍ରୀ, ଆସବାବପତ୍ର ଗୁଡ଼ିକ ଏଣେତେଣେ ପଡ଼ିରହିଛି।ଏହାରି ନିକଟରେ ବ୍ଲକ, ତହସିଲ,ଥାନା,କୋର୍ଟ,ଆର୍.ଆଇ ଅଫିସ,ବିଇଓ ଅଫିସ୍,ସୋସାଇଟି, କୃଷି ଅଫିସ,ପଶୁ ଚିକିତ୍ସାଳୟ, ପଞ୍ଚାୟତ କାର୍ଯ୍ୟାଳୟ ରହିଛି।ଦୈନିକ ଏଠାକୁ ହଜାର ହଜାର ଜନସଂଖ୍ୟା ଆସୁଛନ୍ତି।ଦୂରଦୂରାନ୍ତରୁ ବ୍ଲକ ର ଅନ୍ୟ ପଞ୍ଚାୟତ ଗୁଡ଼ିକର ଆସୁଥିବା ଜନସାଧାରଣ ସାଧାରଣତଃ ଉକ୍ତ କାଫେ ଉପରେ ନିର୍ଭର କରୁଥିଲେ ।ଉକ୍ତ ରାସ୍ତା ଦେଇ ବହୁ ନେତା , ସରକାରୀ ଅଧିକାରୀ ଯାଉଥିଲେ ହେଁ ଜାଣି ଅଜଣା ହୋଇ କେହି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି।ତେବେ ଏ ଦିଗରେ ପଦକ୍ଷେପ ନିଆ ଯାଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଶୀଘ୍ର ଚାଲୁ କରିବା ନିମନ୍ତେ ଜନସାଧାରଣ ଦାବୀ ହେଉଅଛି।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ