ସୈତାନ ପ୍ରେମିକର ୱାନ୍ ସାଇଡ୍ ପ୍ରେମ: ମା’କୁ ପ୍ରପୋଜ୍ କଲା, ଛୁଆକୁ ମାରିଦେଲା

ଫିରୋଜାବାଦ: ମା’କୁ ପ୍ରପୋଜ୍ କଲା, ଛୁଆକୁ ମାରିଦେଲା । ବିଚ୍ ରାସ୍ତାରେ କଚାଡ଼ି କଚାଡ଼ି ନେଲା ଜୀବନ । ସୈତାନ ପ୍ରେମିକର ୱାନ୍ ସାଇଡ୍ ପ୍ରେମର ଇଏ ଛାତିଥରା କାହାଣୀ । ଜଣେ ବିବାହିତ ମହିଳାଙ୍କୁ ଅଭିଯୁକ୍ତ ଯୁବକ ବାହା ହେବାକୁ ପ୍ରଥମେ କହିଥିଲା ।ମହିଳା ଜଣକ ବାହା ହେବାକୁ ମନା କରିବାରୁ ଏହି କାଣ୍ଡ ଘଟିଛି । ପିଲାଟିର ମା’ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି । ଆଉ ଏବେ ସବୁ ସତ ପଦାକୁ ଆସିଛି ।
ଉତ୍ତର ପ୍ରଦେଶର ଫିରୋଜାବାଦରେ ଏହି ଘଟଣା ଘଟିଛି । ମହିଳାଙ୍କ ଦେଢ଼ ବର୍ଷର ପୁଅକୁ ଅତି ନିର୍ମମ ଭାବେ ରାସ୍ତାରେ କଚାଡ଼ି କଚାଡି ଅଭିଯୁକ୍ତ ଜିତେନ୍ଦ୍ର ପାଠ ମାରିଦେଇଛି । ଅଭିଯୁକ୍ତ ଜିତେନ୍ଦ୍ର ରତି ନାମକ ଜଣେ ମହିଳାଙ୍କୁ ବିବାହ କରିବାକୁ ଚାହୁଁଥିଲେ ।
କିନ୍ତୁ ରତି ତାଙ୍କ ପ୍ରସ୍ତାବକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ତାଙ୍କର ଗୋଟିଏ ଦେଢ଼ ବର୍ଷର ପୁଅ ଥିଲା । ପୋଲିସ ଜିତେନ୍ଦ୍ରକୁ ଗିରଫ କରି ପଚରାଉଚରା ବେଳେ ସେ ଏସବୁ ସ୍ବୀକାର କରିଛି । ସେ ଆଉ ଆହୁରି କହିଛି ଦେଢ଼ ବର୍ଷର ପୁଅ ଆରବ ତାଙ୍କ ବିବାହରେ ବାଧକ ହେବାରୁ ସେ ଏହି କାଣ୍ଡ ଘଟାଇଛି ।

ଅଭିଯୁକ୍ତ ଜିତେନ୍ଦ୍ର ଶନିବାର କୁନି ପୁଅ ଆରବକୁ ଚକୋଲେଟ୍ କିଣିଦେବା ବାହାନାରେ ସାଙ୍ଗରେ ନେଇଯାଇଥିଲା । ତା’ପରେ ସେ ଶିଶୁଟିକୁ ନିର୍ମମ ଭାବେ ରାସ୍ତାରେ କଚାଡ଼ି କଚାଡ଼ି ହତ୍ୟା କରିଛି । ପରିବାର ଲୋକେ ଘଟଣା ବିଷୟରେ ଜାଣିବା ପରେ ଆରବକୁ ତୁରନ୍ତ ହସ୍ପିଟାଲ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

  • Related Posts

    ଡିଜିଟାଲ ନେଣଦେଣ ଉପରେ ଲାଗିବ ଟିକସ

    ନୂଆଦିଲ୍ଲୀ: ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଚାର୍ଜ (ଟିକସ) ଲଗାଇବା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଆଣିଥିବା ‘ଦ ଟ୍ୟାକ୍ସେସନ୍ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍’ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି।…

    Continue reading
    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ