ଭାଇଙ୍କ ସୁରକ୍ଷା ଦାବି କଲେ ଦୀପାଳି

ସମ୍ବଲପୁର: ଛତିଶଗଡ଼ ସରେଇପାଲି ଥାନାରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ତାଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ଅଛନ୍ତି । ଏହା ପୂର୍ବରୁ ନବ ଦାସଙ୍କ ମାଲିକାନାରେ ଥିବା ଏକ ହୋଟେଲରେ ପୋଲିସ ଅଚାନକ ସର୍ଚ୍ଚ କରିଥିଲା । ବିଶାଲ, ଆଇଜିଙ୍କୁ ଭେଟି ସୁରକ୍ଷା ମାଗିଥିବା ବେଳେ, ନିଜ ଭାଇଙ୍କ ସୁରକ୍ଷାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ଦୀପାଳି ଦାସ । ନବ ଦାସଙ୍କ ଝିଅ ଦୀପାଳି ଦାସ କହିଛନ୍ତି, “ଗତକାଲି ମୋ ଭାଇ ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲା । ତାକୁ ଛତିଶଗଡ଼ ପୋଲିସ ଉଠାଇ ନେଇଛି । ରାଜ୍ୟ ସରକାରଙ୍କୁ ଅନୁରୋଧ ବିଶାଲକୁ ୧ ଘଣ୍ଟା ଭିତରେ ଛାଡନ୍ତୁ । ନଚେତ ମୋ ଭାଇର ଯଦି କିଛି ହୁଏ ସେଥିପାଇଁ ଛତିଶଗଡ଼ ପୋଲିସ, ଓଡ଼ିଶା ପୋଲିସ, ଝାରସୁଗୁଡ଼ା ଏସପି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟୀ ରହିବେ ।”
ଗୁରୁବାର ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ୟ୍ୟାଳୟର ଦ୍ବାରସ୍ଥ ହୋଇଥିଲେ । ଆଇଜିଙ୍କୁ ଭେଟିବା ସହ ସେ କହିଥିଲେ, “ମୋତେ ଝାରସୁଗୁଡା ପୋଲିସକୁ ଡର ଲାଗୁଛି, ମୋତେ ସୁରକ୍ଷା ଦିଆଯାଉ । ବିନା କୌଣସି ସର୍ଚ୍ଚ ଓ୍ବାରେଣ୍ଟରେ ପୋଲିସ ମୋ ପ୍ରାଇଭେଟ ପ୍ରପର୍ଟିରେ ପଶିଛି ବୋଲି । ଏହାସହ ପୋଲିସ ସହ ଆଉ ବି କେତେକ ବ୍ୟକ୍ତି ଯେଉଁମାନେ ପୋଲିସ ନୁହନ୍ତି ସେମାନଙ୍କ ସହ ପଶିକି ସର୍ଚ୍ଚ କରିଛନ୍ତି କ୍ଷ” ଏହାସହ ପୋଲିସ ସାଙ୍ଗରେ ହାଫ ପ୍ୟାଣ୍ଟ ପିନ୍ଧା ଯୁବକମାନେ କିଏ ବୋଲି ବିଶାଲ ପ୍ରଶ୍ନ କରିଥିଲେ ।

  • Related Posts

    ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ମହାପ୍ରଭୁ

    ପୁରୀ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଦଶହରା ତଥା ବିଜୟା ଦଶମୀ । ଏହି ଅବସରରେ ଭକ୍ତମାନଙ୍କୁ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ…

    Continue reading
    ଅପରାଧୀଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ: ପୋଲିସ ଡିଜି

    କଟକ: ‘ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ । ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ । ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଜି(ବୁଧବାର) କଟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି