କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ

କେନ୍ଦୁଝର : କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ । ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପାଣୁପଶି ଗ୍ରାମ ନିକଟରେ ଘଟିଛି। ମୃତକ ହେଲେ ପାଣୁପଶି ଗ୍ରାମର ସୁବ୍ରତ ମହାକୁଡ । ଘଟଣାସ୍ଥଳରେ ଘଟଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ । ପରିବାର ଲୋକଙ୍କ କହିବା ଅନୁସାରେ ସୁବ୍ରତ ଗତକାଲି ରାତି ୭ଟା ସମୟରେ ଘରୁ ବାହାରି ଆସିଥିଲେ। ମାତ୍ର ରାତିରେ ଆଉ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ପତ୍ତା ପାଇ ପାରି ନ ଥିଲେ।
ଆଜି ସକାଳେ ସୁବ୍ରତଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଗାଁ ଲୋକେ ସୁବ୍ରତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ପୁଅର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁବତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଁର ପ୍ରଶାନ୍ତ ନାୟକଙ୍କ ଘର ପାଖରେ ମୃତଦେହଟି ପଡ଼ିଥିବା ବେଳେ ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଛି ।ପରକ୍ରିୟା ପ୍ରୀତିକୁ ନେଇ ଏହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

  • Related Posts

    ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ମହାପ୍ରଭୁ

    ପୁରୀ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଦଶହରା ତଥା ବିଜୟା ଦଶମୀ । ଏହି ଅବସରରେ ଭକ୍ତମାନଙ୍କୁ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ…

    Continue reading
    ଅପରାଧୀଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ: ପୋଲିସ ଡିଜି

    କଟକ: ‘ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ । ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ । ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଜି(ବୁଧବାର) କଟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି