ନୌସେନାରେ ସାମିଲ ହେଲା ୩ ଯୁଦ୍ଧତୋପ

ମୁମ୍ବାଇ: ବୁଧବାର ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ନୌସେନାକୁ ମିଳିଛି ୩ ଯୁଦ୍ଧଜାହଜ । ମୁମ୍ବାଇ ନାଭାଲ ଡକୟାର୍ଡରେ ବିଧ୍ବଂସକାରୀ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶିରକୁ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତୀୟ ନୌସେନା କ୍ଷେତ୍ରରେ ଶକ୍ତି ବୃଦ୍ଧି ସହିତ ଆତ୍ମନିର୍ଭର ଭାରତକୁ ବଳ ଦେବ ୩ଟି ଯୁଦ୍ଧଜାହଜ । ବିଶ୍ବ ଦେଖିବ ଭାରତର ଶକ୍ତି ସାମର୍ଥ୍ୟ । ଭାରତ ଏବେ ସାମୁଦ୍ରିକ, ସାମିରକି ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେବ । ଦେଶବାସୀଙ୍କୁ ୩ ଯୁଦ୍ଧତୋପ ସମର୍ପିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନୌସେନା ପାଇଁ ଆଜି ଐତିହାସିକ ଦିନ । ଆଜି ଭାରତ ବିସ୍ତାରବାଦୀ ନୁହେଁ ବିକାଶବାଦର ଭାବନାରେ କାମ କରେ । ଭାରତ ଏବେ ସାମୁଦ୍ରିକ, ସାମରିକ ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେଉଛି । ନୌସେନାକୁ ସଶକ୍ତ କରିବାକୁ ବଡ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ଗୋଟିଏ ବିଧ୍ବଂସକ, ଗୋଟିଏ ଫ୍ରିଗେଟ ଓ ଗୋଟିଏ ସବମରିନ ଏକାସଙ୍ଗରେ ନୌସେନାରେ ମିଶିଛି । ୩ଟି ଯୁଦ୍ଧଜାହଜ ମେଡ ଇନ୍ ଇଣ୍ଡିଆ ଯାହା ଗୌରବର କଥା। ଆଜି ଭାରତ ବିଶ୍ବରେ ମାରିଟାଇମ ପାୱାର ହୋଇଛି । ପ୍ରଥମ ରେସ୍ପଣ୍ଡର ହୋଇଛି ଭାରତ । ଜଳ ହେଉ କି ସ୍ଥଳ ବା ହେଉ ଅନ୍ତରୀକ୍ଷ ସବୁ ସ୍ଥାନରେ ଭାରତ ସବୁଠି ତାର ଶକ୍ତି ସୁନିଶ୍ଚିନ୍ତ କରିଛି । ଗତ ୧୦ ବର୍ଷ ହେବ ଦେଶର ୩ ସେନା ଆତ୍ମନିର୍ଭରତାର ମନ୍ତ୍ରକୁ ଆପଣେଇଛନ୍ତି । ସଂଙ୍କଟ ସମୟରେ ଅନ୍ୟଦେଶକୁ ସହାୟତା ହାତ ବଢାଇଛନ୍ତି । ନେତୃତ୍ବ ନେଇଛନ୍ତି । ଏବେ ଭାରତୀୟ ନୌବୀରଙ୍କ ଆତ୍ମବିଶ୍ବାସ ବଢିଛି ।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ