କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କୁ ଭେଟିଛନ୍ତି ତୃଣମୂଳ କଂଗ୍ରେସ ନେତା ତଥା ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ଏହି ଦଳର ସାଂସଦ ଓ ବିଧାୟକମାନେ ବିଦ୍ରୋହ କରିଛନ୍ତି। ଏକାଧିକ ନେତା ଦଳ ଛାଡ଼ିବାକୁ ଯୋଜନା କରୁଥିବା ବେଳେ ବରିଷ୍ଠ ନେତା ସୁଦୀପ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁଦୀପ୍‌ଙ୍କ ସହ ତୃଣମୂଳ କଂଗ୍ରେସର ଅନ୍ୟତମ ସାଂସଦ ଶତାବ୍ଦୀ ରାୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିବା ଜଣାପଡ଼ିଛି। ସୁଦୀପ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ତୃଣମୂଳ କଂଗ୍ରେସ ବିଧାୟକ କୁନାଲ ଘୋଷ କହିଥିଲେ ଦଳବଦଳ କରିବା ସୁଦୀପ୍‌ଙ୍କ ପୁରୁଣା ଅଭ୍ୟାସ। ମମତା ବାନାର୍ଜୀ ସୁଦୀପ୍‌ଙ୍କ ସହ ଅନ୍ୟ ନେତାଙ୍କୁ ସାଂସଦ, ବିଧାୟକ ଆଦି କରିଥିଲେ। ତେବେ ବିଧାନସଭାରେ ଦଳର ପରାଜୟ ପରେ ସେମାନେ ନିଜ ଅସଲି ରୂପ ଦେଖାଇଛନ୍ତି। ଏଭଳି ବ୍ୟକ୍ତିଙ୍କ ଠାରୁ ଅଧିକ କିଛି ଆଶା କରିବା ନିରର୍ଥକ। ସୂଚନାଥାଉ କି ତୃଣମୂଳ କଂଗ୍ରେସର ବିଦ୍ରୋହୀ ସାଂସଦମାନେ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

  • Related Posts

    ଆଜି ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଆନୁଷ୍ଠାନିକ ବୈଠକ

    ପ୍ୟାରିସ : ଫ୍ରାନ୍ସର ଏଭିଆନ୍‌ଠାରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି। ଗତ ୧୬ ମାସ ମଧ୍ୟରେ ଉଭୟ ନେତାଙ୍କ ଏହା ହେଉଛି ପ୍ରଥମ ପ୍ରତ୍ୟକ୍ଷ…

    Continue reading
    ମୋଦୀଙ୍କ ଯୋଜନା: ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ !

    ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ବିଜେପି ସାଂଗଠନିକ ସ୍ତରରେ ପରିବର୍ତ୍ତନ ଓ ରାଜ୍ୟସଭା ଆସନ ନିମନ୍ତେ ନାମାଙ୍କନପତ୍ର ଦାଖଲ ଏହି ଚର୍ଚ୍ଚାକୁ ଖୋରାକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ