
ଭୁବନେଶ୍ୱର: ସଂଗଠନ ପାଇଁ ବୟସ ବାଧକ ନୁହଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ବିଜେଡିର କିଛି ବରିଷ୍ଠ ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ସେ ଏଭଳି କହିଛନ୍ତି। ଆଜି ସକାଳୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ, ଅଶୋକ ପଣ୍ଡା ଓ ଭୁପିନ୍ଦର ସିଂ ପ୍ରମୁଖ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରକୁ ଯାଇ ବୈଠକ କରିଥିବା ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା ଯେ ବରିଷ୍ଠ ନେତାମାନେ ଦଳୀୟ ରଣନୀତି ନେଇ କିଛି ଆଲୋଚନା କରିଛନ୍ତି । ଏସବୁ ଚର୍ଚ୍ଚା ପରେ ପ୍ରସନ୍ନ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ମୋ ଦେହ ଖରାପ ଅଛି। ସେଥିପାଇଁ ମୋ ବନ୍ଧୁମାନେ ଭେଟିବାକୁ ଆସିଥିଲେ। ଏହା ମେଳି ନୁହଁ, ବରଂ ସାଧାରଣ ଗସ୍ତ। ବିଜେଡି ସଂଗଠନ ଆଗକୁ ବଢୁଛି । ସଂଗଠନ ପାଇଁ ବୟସ ବାଧକ ନୁହଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କ କହିବା କଥା ଯେ ଯେଉଁମାନେ ଆସିଥିଲେ ସେମାନଙ୍କ ସହ ବହୁ ଦିନରୁ ସମ୍ପର୍କ ରହିଆସିଛି। ଏବେ ମୋ ଦେହ ଭଲ ନାହିଁ। ତେଣୁ ସେମାନେ ମୋତେ ଭେଟିବାକୁ ଆସିଥିଲେ। ଏହା ମେଳି ନୁହେଁ ଭେଟଘାଟ୍ ବୋଲି ଶ୍ରୀ ଅ।।ଚାର୍ଯ୍ୟ କହିଛନ୍ତି।




