
ଭୁବନେଶ୍ୱର: ନନ୍ଦନକାନନରେ ବୁଧବାର ଏକ ବାଘ ଶାବକର ମୃତ୍ୟୁ ହୋଇଛି। ବାଘୁଣୀ ରୂପାର ଅଢ଼େଇ ମାସର ଧଳା ଶାବକର ମୃତ୍ୟୁ ହୋଇଛି। ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର୍ ନାରାୟଣ ଶାବକର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ତେବେ ଆଜି ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ଖସିଛି।
୨୦୨୪ ନଭେମ୍ବର ୨ ତାରିଖରେ ବାଘୁଣୀ ରୂପା ୪ଟି ଶାବକ ଜନ୍ମ ଦେଇଥିଲା। ସେମାନଙ୍କ ମଧ୍ୟରୁ କିଛି ଦିନ ତଳେ ଏକ ଧଳା ମାଈ ଶାବକ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ମା’ ବାଘୁଣୀ ରୂପା ଠାରୁ ଶାବକକୁ ଅଲଗା କରି ଚିକିତ୍ସା କରାଯାଉଥିଲା। ଚିକିତ୍ସିତ ଅବସ୍ଥାରେ ବୁଧବାର ସକାଳୁ ଶାବକଟିର ମୃତ୍ୟ ହୋଇଛି।




