
ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆସନ୍ତା ଜୁନ୍ ୨୦ ତାରିଖକୁ ଲୋକାଲ୍ ହଲିଡେ ଭାବେ ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ଆରଡିସିଙ୍କ ନିର୍ଦ୍ଦେଶକ୍ରମେ ଏହି ଛୁଟି ଘୋଷଣା କରାଯାଇଛି। ଏହି ଛୁଟି କେବଳ ସମ୍ବଲପୁର ଉପଖଣ୍ଡ ପାଇଁ ପ୍ରଯୁଜ୍ୟ ହେବ। ଫଳରେ ସେଦିନ ସେଠାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଏହି ପର୍ବର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଉତ୍ତରାଞ୍ଚଳ ଆରଡିସିଙ୍କ ଗତ ଜାନୁଆରୀ ୧ ତାରିଖର ବିଜ୍ଞପ୍ତି ଅନୁସାରେ ଜୁନ୍ ୨୦ ତାରିଖକୁ ଲୋକାଲ୍ ହଲିଡେ ଭାବେ ଘୋଷଣା କରାଯାଇଛି। ସେହି ଅନୁସାରେ ସମ୍ବଲପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍, ରାଜସ୍ୱ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ସେଦିନ ବନ୍ଦ ରହିବ।


