ମହାବଳ ବାଘଛାଲ ଜବତ,ଜଣେ ଗିରଫ, ୨ ଫେରାର

ନବରଙ୍ଗପୁର:ମହାବଳବାଘଛାଲ ମାଫିଆଙ୍କୁ ଧରିବା ପାଇଁ ନବରଙ୍ଗପୁର ବନବିଭାଗ ରଚିଥିଲା ସିନେମା ଷ୍ଟାଇଲ ଅପରେସନ୍।ନିଜେ ଗ୍ରାହକ ସାଜି ବାଘଛାଲ କିଣିବାକୁ ଯାଇଥିଲେ ବନ କର୍ମଚାରୀ ।ଆଉ ଛାଲ ଦେଖାଇବା ମାତ୍ରେ ମାଡ଼ି ବସିଥିଲା ଏନଫୋର୍ସମେଣ୍ଟ ଟିମ୍।ନବରଙ୍ଗପୁର ଜିଲା ଡାବୁଗାଁ ରେଞ୍ଜ ର ପାତ୍ରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଏକ ବେଙ୍ଗଲ ରୟାଲ ଟାଇଗର (ମହାବଳ ବାଘ)ର ଛାଲ ଜବତ ହୋଇଛି।ପ୍ରାୟ ୧୦ ଲକ୍ଷ ଟଙ୍କାରେ ଏହି ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଛନ୍ତି।ତେବେ,ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।ବିଲୁପ୍ତପ୍ରାୟ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗର ଏହି କଳା କାରବାର ପଛରେ ଥିବା ବଡ଼ ନେଟୱର୍କକୁ ନେଇ ବଢ଼ିଛି ସନ୍ଦେହ।ଗୁଇନ୍ଦା ସୂଚନା ଆଧାରରେ ନବରଙ୍ଗପୁର, ଡାବୁଗାଁ ଓ କୋଡିଙ୍ଗା ରେଞ୍ଜର ଏନଫୋର୍ସମେଣ୍ଟ ଟିମ୍ ମିଳିତ ଭାବେ ପାତ୍ରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲେ।ପୂର୍ବରୁ ବାଘ ଛାଲ ମାଫିଆଙ୍କ ସହ ଗ୍ରାହକ ସାଜି ଯୋଗାଯୋଗ କରିଥିଲେ ବନ କର୍ମଚାରୀ।ବାଘଛାଲ ଦେଖାଇବା ପାଇଁ ମାଫିଆମାନେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଅପରେସନ୍ ।ବନ ବିଭାଗ ଟିମ୍ ତିନି ଜଣ ସନ୍ଦିଗ୍ଧଙ୍କୁ ଘେରାବନ୍ଦୀ କରିଥିଲେ ମଧ୍ୟ ଦୁଇ ଜଣ ଘନ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିଲେ।ତେବେ ପାପଡାହାଣ୍ଡି ବ୍ଲକ ଖଲିଗୁଡା ଗ୍ରାମର ସିବୁନୁ ଟାକ୍ରିଙ୍କୁ କାବୁ କରିବାରେ ସଫଳ ହୋଇଥିଲା ଟିମ୍।ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ଲାଲ ରଙ୍ଗର ବ୍ୟାଗ ଖୋଲିବା ପରେ ସେଥିରୁ ବାହାରିଥିଲା ଏକ ବେଙ୍ଗଲ ରୟାଲ ଟାଇଗର (ମହାବଳ ବାଘ )ର ଛାଲ ଏହା ସହ ଚୋରା କାରବାରରେ ବ୍ୟବହୃତ ଏକ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି।ପ୍ରାଥମିକ ପଚରାଉଚରା ବେଳେ ଏହି ଛାଲକୁ ପ୍ରାୟ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିବା ଅଭିଯୁକ୍ତ ସ୍ୱୀକାର କରିଥିବା ସୂଚନା ମିଳିଛି । କୌଣସି ବୈଧ ଅନୁମତି ନଥାଇ ବନ୍ୟଜନ୍ତୁ ଅଙ୍ଗପ୍ରତ୍ୟଙ୍ଗର ବେଆଇନ କାରବାର ଉଦ୍ଦେଶ୍ୟରେ ଏହାକୁ ପରିବହନ କରାଯାଉଥିବା ଜଣାପଡ଼ିଛି ।

ବର୍ତ୍ତମାନ ବନବିଭାଗର ଫୋକସ୍ ରହିଛି ଫେରାର ଦୁଇ ଅଭିଯୁକ୍ତଙ୍କ ଉପରେ । ବାଘଟିକୁ କେଉଁଠି ଶିକାର କରାଯାଇଥିଲା । ଏହି ଛାଲ କେଉଁ ରାଜ୍ୟକୁ ଚାଲାଣ ହେବାକୁ ଯାଉଥିଲା ।ଏବଂ ଏହି କଳା କାରବାର ପଛରେ ଥିବା ମୁଖ୍ୟ ମାଷ୍ଟରମାଇଣ୍ଡ କିଏ ? ଏହାର ଖୋଳତାଡ଼ ଆରମ୍ଭ କରିଛି ନବରଙ୍ଗପୁର ବନବିଭାଗ । ଏହି କଳାକାରବାର ପୋଡ଼ଶୀ ଛଡ଼ିଶଗଡ଼ରାଜ୍ୟ, ଓଡିଶା ଓ ଆନ୍ଧ୍ର ପ୍ରଦେଶ ପର୍ୟ୍ୟନ୍ତ ଲମ୍ବିଥିବା କୁହାଯାଉଛି

  • Related Posts

    ରାଇକିଆରେ ବିଶ୍ୱ ଯୋଗ ଦିବସ

    ରାଇକିଆ: ବିଶ୍ୱ ଯୋଗ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳର ବିଭିନ୍ନ ସରକାରୀ, ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଅବଲମ୍ବନ…

    Continue reading
    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ