ଏନ୍‌ଟିଏକୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ: ନିଟ୍‌ (ୟୁଜି) ପୁନଃପରୀକ୍ଷା ଜୁନ୍‌ ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ନାଗପୁର ଜଣେ ଆଶାୟୀ ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଆବୁଧାବିରେ ହେବା ଘଟଣାକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ସମାଲେଚନା କରି ଛାତ୍ରଙ୍କ ଭବିଷ୍ୟତ ସହିତ ନ ଖେଳିବା ପାଇଁ ଚେତାବନୀ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି ‌ଯେ, ନାଗପୁରର ଜଣେ ଛାତ୍ର ନିଟ୍‌ ପୁନଃ ପରୀକ୍ଷା ପାଇଁ ମାସେ ହେଲା ପ୍ରସ୍ତୁତି କରୁଛନ୍ତି। ପରୀକ୍ଷାର ଦିନକ ପୂର୍ବରୁ ଆଡମିଟ୍‌ କାର୍ଡ଼ ଡାଉନଲୋଡ କରିବାବେଳେ ତାଙ୍କ ପରୀକ୍ଷା କେନ୍ଦ୍ର ଆବୁଧାବିରେ ପଡ଼ିଥିବା ଦେଖିଲେ। ତାଙ୍କ ପାଖରେ ପାସପୋର୍ଟ ନାହିଁ, ବିଦେଶ ଯିବାକୁ ଘରେ ଏତେ ସମ୍ବଳ ନାହିଁ। ତାଙ୍କ ପାଖରେ ସମୟ ମଧ୍ୟ ନାହିଁ। ସେ ରାତି ସାରା କାନ୍ଦିଥିଲେ। ଏ ଭିତରେ ସେ କେତେ ଚାପରେ ରହିଥିବେ କେହି ଚିନ୍ତା କରିପାରିବ କି ? ଏହା କେମିତି ହେଲା ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ବାସ୍ତବରେ ଏନ୍‌ଟିଏ ଦେଶର ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛି ବୋଲି କଂଗ୍ରେସ ସାଂସଦ କହିଛନ୍ତି। ଏହି ପ୍ରସଙ୍ଗରେ ଏନ୍‌ଟିଏ ତରଫରୁ ଦର୍ଶାଯାଇଛି ଯେ ତ୍ରୁଟି ସଂଶୋଧନ କରାଯାଇ ଛାତ୍ରଙ୍କୁ ନାଗପୁରରେ ଏକ କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଆଡମିଟ୍‌ କାର୍ଡ଼ କିଛି ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ।

  • Related Posts

    ରାଇକିଆରେ ବିଶ୍ୱ ଯୋଗ ଦିବସ

    ରାଇକିଆ: ବିଶ୍ୱ ଯୋଗ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳର ବିଭିନ୍ନ ସରକାରୀ, ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଅବଲମ୍ବନ…

    Continue reading
    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ