‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା

ରାୟଗଡ଼ା: ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ରାଜ ପ୍ରସାଦ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ୩ ଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ତଦନ୍ତରେ କ୍ରାଇମବ୍ରାଞ୍ଚ ମଧ୍ୟ ଜିଲ୍ଲା ପୋଲିସକୁ ସହଯୋଗ କରୁଛି।

ଘଟଣାର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି। ଘଟଣାର ଭିଡିଓ ଉତ୍ତୋଳନ ଓ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇଟି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି। ଏପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଆଇନକୁ କେହି ହତାକୁ ନେବା ଉଚିତ୍ ନୁହଁ। ଏହାକୁ ଦୃଢ ହସ୍ତରେ ଦମନ କରାଯିବ।

  • Related Posts

    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading
    ୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

    ଭୁବନେଶ୍ୱର,: ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)। ଏହା ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୪ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଓପିଡି ସେବାକୁ ୧…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ