
ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଦୁର୍ବୃତ୍ତ ମାନେ ଦିଲ୍ଲିପଙ୍କ ଦୋକାନରେ ପହଞ୍ଚି ତାଙ୍କ ଜ୍ବାଇଁ କୁଆଡେ ଗଲେ ବୋଲି ପଚାରିଥିଲେ। ଜ୍ବାଇଁ ଘରେ ନଥିବା କହିବାରୁ ଦୁର୍ବୃତମାନେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ର୍ରୁତାରୁ ଆକ୍ରମଣ କରିଥିବା ଜଣାପଡିଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।


