
ରାଜନଗର: ଜାନୁଆରି ୧୮ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବାର କାର୍ୟ୍ୟକ୍ରମ ରହିଛି। ରାଜନଗର ଜଙ୍ଗଲ ବିଭାଗ ଦ୍ବାରା ରାଜନଗର, କନିକା, ଗହିରମଥା, ମହାକାଳପଡା ଏବଂ କୁଜଙ୍ଗ ଆଦି ପାଞ୍ଚଟି ରେଞ୍ଜ୍ରେ ପକ୍ଷୀ ଗଣନା କରାଯିବ। ଜାନୁଆରି ୧୭ରେ ପକ୍ଷୀ ଗଣନାକାରୀ ବିଶେଷଜ୍ଞ ଏବଂ ଜଙ୍ଗଲ ଅଧିକାରୀଙ୍କର ଏକ ତାଲିମ ଶିବିର ଆୟୋଜନ କରାଯିବ । ଏହା ପରେ ଜାନୁଆରୀ ୧୮ରୁ ପକ୍ଷୀ ଗଣନା ଆରମ୍ଭ ହେବ।
ସୂଚନା ଅନୁଯାୟୀ, ଗତ ବର୍ଷ ୧୨୧ ପ୍ରଜାତିର ୧,୫୧,୪୨୧ ପକ୍ଷୀ ଗଣନା କରାଯାଇଥିଲା। ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବାର ଆଶା ରହିଛି ବୋଲି ରାଜନଗର ବନ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।
ଜାନୁଆରି ୧୪ ରୁ ଜାନୁୟାରି ୨୨ ପର୍ୟ୍ୟନ୍ତ ବାର୍ଷିକ ଲୁଣିଆ କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏନେଇ ରାଜନଗର ବନ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।


