ଶ୍ରୀମଦ୍ ଭାଗବତ ସପ୍ତାହ ଉଦଯାପିତ

ନିମାପଡ଼ା: ନିମାପଡ଼ା ଏନଏସି ୯ ନଂ ୱାର୍ଡ ଅଣ୍ଢିଆସାହି ମା’ ଦକ୍ଷିଣେଶ୍ୱରୀଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି ଧାର୍ମିକ ଉତ୍ସବକୁ ବାବାଜୀ ବୈକୁଣ୍ଠ ଦାସ ମହାରାଜ ଉଦ୍ଘାଟନ କରିଥିଲେ। ମା’ ଦକ୍ଷିଣେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ହରିହର ସ୍ବାଇଁ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ବିବେକାନନ୍ଦ ପାତ୍ର, ବିଦ୍ୟାଳୟ ସଭାପତି ସନ୍ତୋଷ ଓଝା ପ୍ରମୁଖ ପ୍ରଦୀପ ପ୍ରଜ୍ଜୋଳନ କରିଥିଲେ। ଏହି ଅବସରରେ ପ୍ରବକ୍ତା ଶିବଶଙ୍କର ଦାସ ଭାଗବତ ପ୍ରବଚନ ପ୍ରଦାନ କରି ଭକ୍ତମାନଙ୍କୁ ଧର୍ମ, ନୀତି, ମାନବିକ ମୁଲ୍ୟବୋଧ ସମ୍ପର୍କରେ ଉଦ୍ବୃଦ୍ଧ କରିଥିଲେ। ତାଙ୍କର ସରଳ, ପ୍ରେରଣାଦାୟକ ବକ୍ତବ୍ୟ ଶ୍ରୋତା ମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ, ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଉତ୍ସବକୁ ତର୍ପଣ ସାଇ ସଂସ୍ଥାନ ତରଫରୁ ରେଣୁବାଳା ସେନାପତିଙ୍କ ମାଧ୍ୟମରେ ଭକ୍ତିମୟୀ ମାଆ ମାନେ ସମ୍ମିଳିତ ଭାବେ ସୁପରିଚାଳନା କରିଥିଲେ। ସାତଦିନ ଧରି ଚାଲିଥିବା ଏହି ଭାଗବତ ଆଲୋଚନା ଚକ୍ରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସମାଗମ ହୋଇଥିଲା। ଧର୍ମ, ସଂସ୍କୃତି, ସଦ୍ ଭାବର ଭାଇଚାରା ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

  • Related Posts

    ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

    ନିମାପଡ଼ା: ଏହି ବ୍ଲକ ଡେଣୁଅଁ ପଂଚାୟତ ଅନ୍ତର୍ଗତ ଆଳିପିଙ୍ଗଳ ଗ୍ରାମ ବାବା ବଟେଶ୍ଵର ଛକ ନିକଟରେ ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟ,ହୁଳହୁଳି, ମନ୍ତ୍ର ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ…

    Continue reading
    ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନରେ ସଂଶୋଧନ, ବିଜ୍ଞପ୍ତି ଜାରି

    ସାଧାରଣ ଲୋକଙ୍କ ମତାମତ, ପ୍ରତିଭା ରାୟ କମିଟିଙ୍କ ସୁପାରିଶ ଓ କ୍ୟାବିନେଟ୍ ଅନୁମୋଦନ ପରେ ବ୍ରିଟିଶ ଅମଳର ବନାନଗତ ତ୍ରୁଟିକୁ ସଂଶୋଧନ କରିବା ନିମନ୍ତେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ବିକୃତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ