ଦୁଇ ବର୍ଷ ପରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହଇଚଇ

ବ୍ୟୁରୋ : ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ନବ ଦାସଙ୍କ ସହ ଆସୁଥିବା ଦ୍ବିତୀୟ କାରରେ ୫ଟି ଗୁଳି ବାଜିଥିଲା । ଗାଡିର ବାମ ପାର୍ଶ୍ବରେ ଏହି ୫ଟି ଗୁଳି ବାଜିଥିଲା । କିନ୍ତୁ ଦ୍ବିତୀୟ ଗାଡିରେ ବାଜିଥିବା ଗୁଳି ଓ ଗୁଳିର ଖୋକା କୁଆଡେ ଗଲା ତାହା କ୍ରାଇମବ୍ରାଞ୍ଚ ରିପୋର୍ଟରେ ଉଲ୍ଲେଖ ନାହିଁ । କ୍ରାଇମବ୍ରାଞ୍ଚ ନବ ଦାସ ବସିଥିବା ଗାଡି ଓ ଅଭିଯୁକ୍ତ ଗୋପାଳ ଦାସର ବନ୍ଧୁକ ଗୁଳିର ହିସାବ ଦେଇ ନିଜର କାମ ସାରିଦେଇଛି । ଯାହା ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ଆହୁରି ରହସ୍ୟମୟ କରିଛି । କ୍ରାଇମବ୍ରାଞ୍ଚର ରିପୋର୍ଟ କହୁଛି, ଗୋପାଳ ଦାସ ପାଖରୁ ୧୮ଟି ଗୁଳିଥିବା ମାଗାଜିନ ଓ ୩ ଜୀବନ୍ତ ଗୁଳି ଜବତ ହୋଇଥିଲା । ଗୋଟିଏ ଲେଖାଏଁ ଅବ୍ୟବହୃତ ଅକାମୀ ଗୁଳି ସହ ଖୋକା ମଧ୍ୟ ଜବତ ହୋଇଥିଲା । ଗୋଟିଏ ଗୁଳି ଆକାଶକୁ ଫୁଟାଇଥିଲା ଗୋପାଳ । କିନ୍ତୁ ଦ୍ବିତୀୟ ଗାଡିରେ ବାଜିଥିବା ୫ଟି ଗୁଳି କୁଆଡେ ଗଲା କ୍ରାଇମବ୍ରାଞ୍ଚ ତାହାର ହିସାବ ଦେଇନପାରିବା ଷଡଯନ୍ତ୍ର ସନ୍ଦେହକୁ ଆହୁରି ବଳ ଦେଇଛି । ଏପରିକି ଗୋପାଳର ଗୁଳିରେ ନବଙ୍କ ଜୀବନ ଯାଇନଥିବା କହିଛନ୍ତି ଓକିଲ ।
କ୍ରାଇମବ୍ରାଞ୍ଚର ରିପୋର୍ଟ ଓ ଏସଏଫଏସଏଲ ରିପୋର୍ଟ ମଧ୍ୟରେ ତାଳମେଳ ନରହିବା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏସବୁ ଭିତରେ ଗୁଳି ବାଜିବା ପରେ ନବ ଦାସଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଠାଇଥିବା ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଆମ ପୋଷାକରେ ରକ୍ତ ଲାଗିଥିବାରୁ ଜବତ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ନବ ଦାସଙ୍କ ସାର୍ଟ କୁଆଡେ ଗଲା ବୋଲି କହି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛନ୍ତି । କ୍ରାଇମବ୍ରାଞ୍ଚ, ଏସଏଫଏସଏଲ ରିପୋର୍ଟ, ଗୋପାଳର ଓକିଲ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଭିତରେ ପ୍ରଶ୍ନ ଉଠୁଛି, କାହା ଗୁଳିରେ ଯାଇଛି ନବଙ୍କ ଜୀବନ? ଦ୍ବିତୀୟ ଗାଡ଼ିରେ ବାଜିଥିବା ଗୁଳି ବାବଦରେ ତଥ୍ୟ ନଦେଇ କାହାକୁ ସୁରକ୍ଷା ଦେଉଥିଲା କି କ୍ରାଇମବ୍ରାଞ୍ଚ? ଗୋପାଳ ଗୁଳି ମାରିବା ପୂର୍ବରୁ ଆଉ କିଏ ମାରିଥିଲା କି ଗୁଳି?

  • Related Posts

    ୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ

    ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନର…

    Continue reading
    ବନ୍ଧା ହେଲେ କୁବେର ଯନ୍ତ୍ରୀ

    ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ଡ୍ୟାମ୍‌ ସୁରକ୍ଷା) ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ