ସୁନା ଏବଂ ରୁପା ଦରରେ ହ୍ରାସ

ଭୁବନେଶ୍ୱର: ରାଜ୍ୟର ଅଳଙ୍କାର ବଜାରରୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୁନା ଏବଂ ରୁପା ଦରରେ ଆଜି ଏକ ଆଖିଦୃଶିଆ ହ୍ରାସ ଘଟିଛି, ଯାହା ଗ୍ରାହକ ଓ ନିବେଶକମାନଙ୍କୁ ଚକିତ କରିଦେଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ ଗ୍ରାମ ପିଛା ଉଭୟ ୨୨ କ୍ୟାରେଟ୍‌ ଏବଂ ୨୪ କ୍ୟାରେଟ୍‌ ସୁନା ମୂଲ୍ୟରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ସେହିପରି ରୁପା ମୂଲ୍ୟ ମଧ୍ୟ ହଜାର ହଜାର ଟଙ୍କା ଶସ୍ତା ହୋଇଛି । ବଜାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଆଜି ସୁନା ଦରରେ ପରିବର୍ତ୍ତନ ହୋଇଛି । ୨୨ କ୍ୟାରେଟ୍ ସୁନା ଏହାର ମୂଲ୍ୟରେ ୩,୧୦୦ ଟଙ୍କା ହ୍ରାସ ଘଟିବା ଫଳରେ ଏହା ୧,୩୨,୫୫୦ ଟଙ୍କାକୁ ଖସିଆସିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ ଅର୍ଥାତ୍ ୩,୩୮୦ ଟଙ୍କା ଖସିଯିବା ପରେ ଏବେ ଏହା ୧,୪୪,୬୦୦ ଟଙ୍କାରେ ପହଞ୍ଚିଛି ।

ଅନ୍ୟପକ୍ଷରେ, ରୁପା ମଧ୍ୟ ସୁନା ପଛକୁ ପଛ କ୍ରମାଗତ ଭାବେ ଶସ୍ତା ହେବାରେ ଲାଗିଛି । କିଲୋଗ୍ରାମ ପିଛା ରୁପା ମୂଲ୍ୟ ୫,୦୦୦ ଟଙ୍କା ହ୍ରାସ ପାଇ ଏବେ ୨,୫୦,୦୦୦ ଟଙ୍କାକୁ ଖସିଆସିଥିବା ଜଣାପଡ଼ିଛି । ବଜାର ସମୀକ୍ଷକ ଏବଂ ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱସ୍ତରୀୟ ଘଟଣାବଳୀ ଏବଂ ସ୍ଥାନୀୟ ବଜାରର ସ୍ଥିତି ଯୋଗୁଁ ସୁନା ମୂଲ୍ୟରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳୁଛି ।

  • Related Posts

    ସ୍କୁଲ ବହି ତ୍ରୁଟି:ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦେଶକ ନିଲମ୍ବିତ

    ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି। କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ…

    Continue reading
    ଓଡ଼ିଶା ଶିଳ୍ପ ନୀତିରେ ବଡ଼ ସଂଶୋଧନ

    CII Eastern Regional Council ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ – ‘Go East’ ପ୍ଲାଟଫର୍ମ ଭୁବନେଶ୍ୱର: ସିଆଇଆଇ – ଇଷ୍ଟର୍ଣ୍ଣ ରିଜିଓନାଲ କାଉନସିଲ ବୈଠକ ୨୦୨୬ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଶିଳ୍ପ ବିକାଶ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ