ସ୍ମାର୍ଟ ମିଟର ବାଧ୍ୟତାମୂଳକ

ବ୍ୟୁରୋ : ଏଣିକି ସ୍ମାର୍ଟ ମିଟର ହେବ ବାଧ୍ୟତାମୂଳକ । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଙ୍ଗଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡିବ । ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି । ସ୍ମାର୍ଟ ମିଟର ନେଇ ଯାହାର ଅଭିଯୋଗ ଅଛି ସେମାନେ ଲିଖିତ ଭାବେ ଜଣାନ୍ତୁ ବୋଲି କହିଛନ୍ତି କେ.ଭି ସିଂଦେଓ ।

ସାଧାରଣ ମିଟର ନେଇ ଟେଷ୍ଟ କରି ଦେଖାଇ ଦିଆଯିବ । ଏବେ ଯାଏଁ ଲୋକଙ୍କର ସୁଇଚ ବନ୍ଦ କରିବାର ଅଭ୍ୟାସ ଯାଇନି । ତେଣୁ ଆବଶ୍ୟକ ନଥିଲେ ଲୋକେ ସୁଇଚ ବନ୍ଦ କରନ୍ତୁ । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁନି । ତେଣୁ ସ୍ମାର୍ଟ ମିଟର ଲାଗିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ।

ଗତ କିଛି ମାସ ତଳେ ବରଗଡ ଜିଲ୍ଲାରେ ସ୍ମାର୍ଟ ମିଟରକୁ ନେଇ ତାତି ଥିଲେ ଗାଁ ଲୋକେ । ବରଗଡ ଗ୍ରିଡ୍ ଅଫିସ ସମ୍ମୁଖରେ ପୁଳା ପୁଳା ସ୍ମାର୍ଟ ମିଟର ଆଣି ଭାଙ୍ଗିଥିଲେ ଚାଷୀ ଓ ସାଧାରଣ ଉପଭୋକ୍ତା । ଅଭିଯୋଗ ଥିଲା ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁଛି । ଏହି ଆଧାରରେ ବରଗଡ ଗ୍ରିଡ୍ ଅଫିସ ଘେରିବା ସହ ଗେଟ୍ ସମ୍ନାରେ ସ୍ମାର୍ଟ ମିଟର ଭାଙ୍ଗିଥିଲେ ଲୋକେ । ଏବେ ପୁଣି ସେହି ସ୍ମାର୍ଟ ମିଟରକୁ ନେଇ ବିବା ଦେଖାଦେଇଥିବା ବେଳେ ସ୍ମାର୍ଟ ମିଟର ବାଧ୍ୟତାମୂଳକ ବୋଲି ସଫା ସଫା କହିଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।

  • Related Posts

    ବାହାର ରତ୍ନଭଣ୍ଡାରରୁ ୩ ରତ୍ନ ନିଖୋଜ, ସିଂହଦ୍ୱାର ଥାନାରେ ଏତଲା

    ପୁରୀ: ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ରତ୍ନ ଗାଏବ୍। ଆସିଛି ଏଭଳି କିଛି ସାଙ୍ଘାତିକ ଅଭିଯୋଗ। ବାହାର ରତ୍ନଭଣ୍ଡାରରୁ ତିନି ଗୋଟି ରତ୍ନ ନିଖୋଜ ଥିବା ନେଇ ଏବେ ଥାନାରେ ମାମଲା ପହଞ୍ଚିଛି। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ…

    Continue reading
    ଖୁବଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା:ଆଇନ ମନ୍ତ୍ରୀ

    ପୁରୀ: ଶ୍ରୀମନ୍ଦିରରେ ଆହୁରି ସୁଗମ ହେବ ମହାପ୍ରଭୁଙ୍କ ଦର୍ଶନ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖୁବଶୀଘ୍ର ହେବ ସ୍ଲଟ୍ ବୁକିଂ ବ୍ୟବସ୍ଥା । ବଡ଼ ଦେଉଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏନେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ