28ରୁ ବିଏମସି ଅଂଚଳରେ ପଲ୍ସ ପୋଲିଓ ଟୀକାକରଣ

0ରୁ 5 ବର୍ଷର ଶିଶୁଙ୍କୁ ଦିଆଯିବ ଦୁଇ ବୁନ୍ଦା ପଲ୍ସ ପୋଲିଓ ଚୀକା
ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ହେବ ବ୍ୟାପକ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-2026 । 0-5 ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଦିଆଯିବ ପଲ୍ସ ପୋଲିଓ ବୁନ୍ଦା । ଏହି କାର୍ଯ୍ୟକ୍ରମ ଜୁନ 28 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ସମଗ୍ର ମହାନଗର ନିଗମ ଅଂଚଳର ବିଭିନ୍ନ ଟୀକା କେନ୍ଦ୍ର, ଡାକ୍ତରଖାନା ଆଦିରେ କରାଯିବ । ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଦିଆଯିବ । ଏନେଇ ଆଜି ବିଏମ୍ ସି ଚତୁର୍ଥ ମହଲା ସମ୍ମିଳନୀ କକ୍ଷରେ ସିଟି ହେଲ୍ଥ ସୋସାଇଟ ପକ୍ଷରୁ, ସିଟି ଟାକ୍ସଫୋର୍ସ ଏବଂ ସିଟି କୋଅର୍ଡିନେସନ କମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର ଶ୍ରୀମତୀ ରଶ୍ମୀରେଖା ଅମାନ୍ତ, ବିଏମ୍ ସିର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ, ଏଡିୟୁପିଏଚ୍ଓ ଡାକ୍ତର ନୀଳମଣି ସେନାପତି, ଏଡିପିଏଚ୍ଓ-ପରିବାର କଲ୍ୟାଣ ଡାକ୍ତର ପ୍ରଦିପ୍ତ କୁମାର ସାହୁ, ବିଏମ୍ ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବିଶୋଇ, ସିପିଏମ୍ ଏଲିନା ମହାପାତ୍ରଙ୍କ ସହ ବିଇଓ, ସିଡିପିଓ, ସ୍ୱେଚ୍ଛାସେବୀ ସଂଗଠନ ପିଏସ୍ଆଇ ଇଣ୍ଡିଆର କର୍ମକର୍ତ୍ତା, ଟିମ୍ ସିପିଏମ୍ ପ୍ରମୁଖ ଯୋଗ ଦେଇଥିଲେ ।
ଚଳିତ ବର୍ଷର ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମକୁ କିପରି ଭାବେ ବ୍ୟାପକ କରାଯାଇ ପାରିବ, ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପୋଲିଓ ଟୀକା ସହ ଅନ୍ୟାନ୍ୟ ଟୀକା ବୁଥରେ ଦେବା ସହ ଦୁଇଦିନ ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳରେ ଘର ଘର ବୁଲି ଟୀକାକରଣ କରିବାକୁ ନିଷ୍ପତ୍ତି ହୋଇଛି । ଜୁନ୍ 28 ତାରିଖ ରବିବାର ଦିନ ବିଭିନ୍ନ ବୁଥରେ ଟୀକାକରଣ କରାଯିବ । 29 ଓ 30 ତାରିଖ, ଦୁଇଦିନ ଘରକୁ ଘର ବୁଲି 0ରୁ 5 ବର୍ଷ ମଧ୍ୟରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦେବେ । ଜନ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଇବାକୁ ନିଷ୍ପତ୍ତି ହୋଇଛି । ଜନ ସଚେତନତା ସହ ଆଶା ଓ ଅଙ୍ଗନଓ୍ୱାଡି କର୍ମୀଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ କରିବା ପାଇଁ ସମସ୍ତ ସିଡିପିଓଙ୍କୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକ ପୋଲିଓ ବୁନ୍ଦା ବିଏମ୍ ସି ଏବଂ କ୍ୟାପିଟଲ ହସପିଟାଲରେ ମହଜୁଦ୍ ରହିଥିବା ନେଇ ମେଡିକାଲ ଅଧିକାରୀମାନେ ସୂଚନା ଦେଇଛନ୍ତି ।

  • Related Posts

    puri temple ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ…

    Continue reading
    ପାରିବାରିକ କଳହ, ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

    ଭୁବନେଶ୍ୱର : ବିଷ ପିଇଦେଲେ ଦମ୍ପତି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ଥାନା ବାରଭୁଜା ବସ୍ତିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ କେନ୍ଦୁପଲ୍ଲି ଅଞ୍ଚଳର ସ୍ବପ୍ନା ପାତ୍ର । ଗୁରୁତର ଜିତେନ୍ଦ୍ର ପାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ