
ଦେବଗଡ଼:ଦେବଗଡ ଜିଲ୍ଲାବାସୀଙ୍କ ଉଚ୍ଚତର ଚିକିତ୍ସାର ସୁବିଧା ନିମନ୍ତେ ଦେବଗଡରୁ ବୁର୍ଲା ପର୍ଯ୍ୟନ୍ତ ବସ ଚଳାଚଳ କରିବା ପାଇଁ ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜ ଦାବି କରିଛନ୍ତି।ଆଜି ଭାରପ୍ରାପ୍ତ ପୌରାଧ୍ୟକ୍ଷ ଶ୍ରୀ ଭୋଜ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ପ୍ରଦାନବେଳେ ସତ୍ୟ ନାରାୟଣ ପାଣି,ସୁଶୀଲ ଭୋଇ,ବିଶେଶ୍ବର ଦ୍ବିବେଦୀ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ,ଦେବଗଡ ଜିଲ୍ଲାର ସହରାଚଂଳ ଏବଂ ଗ୍ରାମାଞ୍ଚଳ ଜନସାଧାରଣ ଉଚ୍ଚତର ଚିକିତ୍ସା ନିମନ୍ତେ ବୁର୍ଲା ମେଡିକାଲ ଉପରେ ନିର୍ଭର କରିଥାନ୍ତି। ତେବେ ଦେବଗଡ ରୁ ବୁର୍ଲା ପର୍ଯ୍ୟନ୍ତ ବସ ଚଳାଚଳ କରୁନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟି ରେ ରଖି ଦେବଗଡ ରୁ ବୁର୍ଲା ପର୍ଯ୍ୟନ୍ତ ବସ ଚଳାଚଳ କରିବା ପାଇଁ ଦାବି ହୋଇଛି।


