ଖୁବ୍‌ଶୀଘ୍ର ପ୍ରଣୟନ ହେବ ନୂତନ ‘ଚଳଚ୍ଚିତ୍ର ନୀତି’- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: “ଓଡ଼ିଆ ଚଳଚ୍ଚିତ୍ର ହେଉଛି ଆମ ଜାତିର ଅସ୍ମିତାର ପରିଚୟ । ଏହାର ସର୍ବାଙ୍ଗୀନ ବିକାଶ ତଥା କଳାକାରମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ନୂତନ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ କରିବାକୁ ଯାଉଛନ୍ତି,” ବୋଲି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି । ଓଡ଼ିଆ ସିନେମାର ସାମ୍ପ୍ରତିକ ସ୍ଥିତି ଓ ଏହାର ବିକାଶ ନେଇ ନିକଟରେ ଚଳଚ୍ଚିତ୍ର ଜଗତର ପ୍ରତିଭାମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, କଳାକାରମାନଙ୍କ ସୁରକ୍ଷା ଓ ଉନ୍ନତମାନର ସିନେମା ନିର୍ମାଣ ପାଇଁ ବୈଷୟିକ ସହାୟତା ଯୋଗାଇଦେବାକୁ ସରକାର ସଂକଳ୍ପବଦ୍ଧ ଏବଂ ଏହି ଦିଗରେ ଖୁବ୍‌ଶୀଘ୍ର ଏକ ଶୁଭ ଖବର ମିଳିବ ।

ଓଡ଼ିଆ ସିନେମାର ସମୃଦ୍ଧ ଇତିହାସ ଏବଂ ଏହାର ଆରମ୍ଭକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଆତ୍ମପ୍ରକାଶ କରିବା ସହ ସେହି ବର୍ଷ ହିଁ ମହାନ ରାସ-ସ୍ରଷ୍ଟା ମୋହନସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ୱାରା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ ହେବା ଏକ ଅପୂର୍ବ ସଂଯୋଗ । ଅତୀତରେ ‘ମାୟା ମିରିଗ’, ‘ଭୁକା’, ‘ଶେଷ ଶ୍ରାବଣ’ ଏବଂ ‘ହାକିମ ବାବୁ’ ଭଳି କାଳଜୟୀ ସିନେମା ଓଡ଼ିଆ ମାଟିର ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇଥିଲା । ସାମ୍ପ୍ରତିକ ସମୟରେ ‘ଦମନ’, ‘ପ୍ରତୀକ୍ଷା’, ‘ଶଲା ବୁଢ଼ା’, ‘ପୁଷ୍କରା’, ‘ବୋଉ ବୁଟୁ ଭୂତ’ ଏବଂ ‘ବର ବଧୂ’ ଭଳି ଚଳଚ୍ଚିତ୍ରଗୁଡ଼ିକ ଆମ ମାଟିର ମୌଳିକ କାହାଣୀକୁ ନେଇ ଜାତୀୟ ସ୍ତରରେ ଓଡ଼ିଆ ସିନେମାକୁ ପୁଣି ଏକ ନୂତନ ପରିଚୟ ଦେଇଛନ୍ତି, ଯାହା ଓଡ଼ିଆ ସିନେମାର ଏକ ନୂତନ ସୂର୍ଯ୍ୟୋଦୟ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି ।

ବର୍ତ୍ତମାନର ବୈଷୟିକ ଯୁଗ ଓ ଓଟିଟି (OTT) ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ନୂତନ ପିଢ଼ି ସିନେମାଟୋଗ୍ରାଫି, ସାଉଣ୍ଡ ଡିଜାଇନିଂ ଏବଂ VFX କ୍ଷେତ୍ରରେ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଆପଣେଇଛନ୍ତି । ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଯୋଗାଇଦେବା ସହ କଳିଙ୍ଗ ଷ୍ଟୁଡ଼ିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଏବଂ ପୋଷ୍ଟ-ପ୍ରଡକ୍ସନ ହବ୍‌ରେ ପରିଣତ କରାଯାଉଛି, ଯେପରି ଆମ ପିଢ଼ିକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏଥିସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ସିନେମା ଟୁରିଜିମ୍ (Cinema Tourism) ର ବିକାଶ କରିବାକୁ ସେ ଦେଶ ଓ ରାଜ୍ୟର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଆହ୍ୱାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଉଭୟ ପ୍ରଯୋଜକ ଓ ଦର୍ଶକମାନଙ୍କୁ ଓଡ଼ିଆ ସିନେମାର ପୃଷ୍ଠପୋଷକତା ସାଜିବାକୁ ଅନୁରୋଧ କରିଛନ୍ତି । ପ୍ରଯୋଜକମାନେ ଆଧୁନିକତା ସହ ଓଡ଼ିଆ ସମାଜ ଓ ସଂସ୍କୃତିର ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କଲେ ଦର୍ଶକ ନିଶ୍ଚିତ ଥିଏଟରକୁ ଫେରିବେ । ସେହିପରି ଦର୍ଶକମାନଙ୍କୁ ସିନେମା ହଲ୍‌କୁ ଯାଇ ଓଡ଼ିଆ ଫିଲ୍ମ ଦେଖିବାକୁ ଅନୁରୋଧ କରି ସେ କହିଛନ୍ତି ଯେ, ଗୋଟିଏ ଚଳଚ୍ଚିତ୍ର ପଛରେ ଶହ ଶହ ପରିଚୟହୀନ ଟେକନିସିଆନ, ଲେଖକ ଓ ଗରିବ ଶ୍ରମିକଙ୍କ ଜୀବିକା ଜଡ଼ିତ ଥାଏ ।

ସେ ଆହୁରି କହିଛନ୍ତି ଯେ ଓଡ଼ିଆ ସିନେମାରେ ଓଡ଼ିଆତ୍ୱ ଅଛି । ଆମେ ସମସ୍ତେ ଟିମ୍ ଓଡ଼ିଶା ହୋଇ କାମ କରିବା । ଆମ ପାଖରେ ଅର୍ଥର କୌଣସି ଅସୁବିଧା ନାହିଁ । ଆମ ସରକାର ଆପଣକଂ ମତାମତକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ଯେ ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଯଦି ଆଉ କୌଣସି ସିନେମାକୁ ପ୍ରଚାର କରାଯାଏ ତେବେ ସରକାରୀ ସ୍ତରରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ।

ସୂଚନାଯୋଗ୍ୟଯେ ଚଳିତ ବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ, ୨୦୨୩ ବର୍ଷ ପାଇଁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ବରିଷ୍ଠ ଅଭିନେତା ଶ୍ରୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ଏବଂ ୨୦୨୪ ବର୍ଷ ପାଇଁ ଏହି ସମ୍ମାନ ବରିଷ୍ଠ ଅଭିନେତ୍ରୀ ଶ୍ରୀମତୀ ନମ୍ରତା ଦାସଙ୍କୁ ପ୍ରଦାନ କରାଯିବା ସହ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଶେଷରେ ୨୦୨୩ ଓ ୨୦୨୪ ବର୍ଷ ପାଇଁ ମୋଟ୍ ୬୨ଟି ବିଭାଗରେ ବିଭିନ୍ନ ଚଳଚ୍ଚିତ୍ରରେ ଶ୍ରେଷ୍ଠତ୍ଵ ହାସଲ କରିଥିବା କଳାକାରଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

ଏହି ସମାରୋହରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଅରେଞ୍ଜ ଇକୋନୋମିକୁ ବୃଦ୍ଧି କରିବାରେ ସହାୟକ ହେବ । ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଅନୁଷ୍ଠାନକୁ ଆଗାମୀ ଦିନରେ ଦକ୍ଷ ମାନବ ସମ୍ବଳ ଯୋଗାଇଦିଆଯିବ । ସିନେ କଳାକାର କେବଳ ନିଜ କଳା ପାଇ ପାରିଶ୍ରମିକ ପାଆନ୍ତି ନାହିଁ ମାତ୍ର ଓଡ଼ିଶାର ସଂସ୍କୃତିକୁ ଆଗେଇନେବା ପାଇଁ ଗୁରୁତ୍ୱ ଭୂମିକା ଗ୍ରହଣ କରିଥାନ୍ତି ।

ଏହି ସମାରୋହରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ବିକଶିତ ଓଡ଼ିଶାର ନିର୍ମାଣ ସେତେବେଳେ ହେବ ଯେତେବେଳେ ଓଡ଼ିଆ ସିନେ ଜଗତର ଉନ୍ନତି ଘଟିବ । ସରକାର ଆଜି ଓଡ଼ିଆ ସିନେ ଜଗତର ପୁନରୁଦ୍ଧାର ପାଇ ସଂକଳ୍ପବଦ୍ଧ ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ଉନ୍ନତି ପାଇ ପ୍ରତ୍ୟେକ କଳାକାରଙ୍କ ମତାମତ ସ୍ୱାଗତଯୋଗ୍ୟ ।

ଏହି ଉତ୍ସବରେ, ଦିଗପହଣ୍ଡିର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, କୋରେଇର ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଏବଂ ଏକାମ୍ର-ଭୁବନେଶ୍ବରର ବିଧାୟକ ଶ୍ରୀ ବାବୁ ସିଂ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବହୁ ବରିଷ୍ଠ କଳାକାର, ସିନେ ଟେକ୍ନିସିଆନ, କଳାପ୍ରେମୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

  • Related Posts

    heavy rain in odisha ଅତି ପ୍ରବଳ ବର୍ଷା : ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

    ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ବନ୍ୟା, ଯାତାୟାତ ବାଧା, ଭୂସ୍ଖଳନ…

    Continue reading
    cm mohan majhi grivance ଆଜି ମୁଖ୍ୟମନ୍ତ୍ରୀଙ୍କ ୨୦ତମ ଅଭିଯୋଗ ଶୁଣାଣି

    ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୨୦ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଛି। ଅନଲାଇନରେ ପଞ୍ଜୀକରଣ କରିଥିବା ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ସୁରେଶ ପୂଜାରୀ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ