ମୋ ଝିଅକୁ ଫାଶୀ ଦିଅ-ସିଆଙ୍କ ମାଆ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କେତନ ଅଗ୍ରୱାଲଙ୍କ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ସିଆ ବାପା, ମାଆଙ୍କ ପ୍ରତିକ୍ରିୟା। କେତନ ଅଗ୍ରୱାଲଙ୍କ ହତ୍ୟା ଅଭିଯୋଗର ତଦନ୍ତ ମଧ୍ୟରେ, ମୁଖ୍ୟ ଅଭିଯୁକ୍ତ ସିଆ ଗୋଏଲଙ୍କ ପିତାମାତା ଏହି ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି। ସେମାନେ କେତନଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି। ପିତାମାତା କହିଛନ୍ତି ଯେ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋରତମ ଦଣ୍ଡ ମିଳିବା ଉଚିତ, ସେ ସେମାନଙ୍କ ଝିଅ ବି ହେଉ। ସିଆଙ୍କ ପିତା ପ୍ରବୀଣ ଗୋଏଲ କେତନଙ୍କ ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କେତନଙ୍କ ପରିବାର ପାଇଁ କ୍ଷତି ଅକଳ୍ପନୀୟ।

ପ୍ରବୀଣ ଗୋଏଲ କହିଛନ୍ତି, “ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ମୁଁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନାହିଁ।” କେତନ ସେମାନଙ୍କ ପାଇଁ ପୁଅ ପରି ଥିଲେ, ଏବଂ ସେମାନେ ତାଙ୍କୁ ବହୁତ ଭଲ ପାଉଥିଲେ। ଏତେ ମିଠା, ପ୍ରତିଭାଶାଳୀ, ଭଲ ପୁଅ, ଆଜି ଆମେ ତାଙ୍କୁ ହରାଇଲୁ। ଜଣେ ପିତା ଭାବରେ, ପୁଅକୁ ହରାଇବା ଠାରୁ ବଡ଼ ଯନ୍ତ୍ରଣା ଆଉ କିଛି ନାହିଁ। ସିଆଙ୍କ ଜନ୍ମଦିନ କିଛି ଦିନ ପୂର୍ବରୁ ପାଳନ କରାଯାଇଥିଲା, ଏବଂ ସେମାନେ ଏକ ଭଲ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ।

ସିଆଙ୍କ ମାଆ ପୂଜା ଗୋୟଲ ମଧ୍ୟ ଏହି ଘଟଣାରେ ମର୍ମାହତ ହୋଇ କହିଛନ୍ତି, ଯିଏ ଦାୟୀ ତା’କୁ ଦଣ୍ଡ ମିଳୁ। ଫାଶୀ ମିଳୁ। ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ। ନ୍ୟାୟ ମିଳିବା ଆବଶ୍ୟକ। “ଯେତେବେଳେ ମୁଁ ଏହି ଘଟଣା ବିଷୟରେ ଶୁଣିଲି, ମୁଁ ଗଭୀର ଭାବରେ ମର୍ମାହତ ହୋଇଗଲି। ଦୁଇଟି ପରିବାର ନଷ୍ଟ ହୋଇଯାଇଥିବାରୁ ଯନ୍ତ୍ରଣା ଅନୁଭବ କରୁଛି।

ପୂଜା ଗୋୟଲ କହିଥିଲେ ଯେ କେତନ ଜଣେ ବହୁତ ଭଲ ବ୍ୟକ୍ତି ଥିଲେ। ଯଦି ଏହି ମାମଲାରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ କଠୋରତମ ଦଣ୍ଡ ମିଳିବା ଉଚିତ। ସେ ସ୍ପଷ୍ଟ କରିଥିଲେ ଯେ ଏହି ଦଣ୍ଡ ତାଙ୍କ ଝିଅକୁ ମଧ୍ୟ ଦିଆଯିବା ଉଚିତ। “ଯଦି ମୋ ଝିଅ ଦୋଷୀ ସାବ୍ୟସ୍ତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କୁ କେତନ ଯେଉଁ ସ୍ଥାନରୁ ପଡ଼ିଥିଲେ, ସେହି ସ୍ଥାନରୁ ଫିଙ୍ଗି ଦିଆଯିବା ଉଚିତ, ବୋଲି ସେ କହିଛନ୍ତି। ପୁଣେର ଲୋହାଗଡ଼ ଦୁର୍ଗରୁ ପଡ଼ି କେତନ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିଲା। ପରେ ଏହା ଏକ ହତ୍ୟା ଭାବରେ ପ୍ରକାଶ ପାଇଲା। ଐତିହାସିକ ସ୍ଥଳର ସୁରକ୍ଷା କର୍ମୀ ଧୀରଜ ଜାଧବ ପ୍ରକାଶ କରିଛନ୍ତି ଯେ ସିଆ ଗୋୟଲ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ସିଆ କହିଥିଲେ, “କିଲ୍ଲାରୁ କେହି ଜଣେ ପଡ଼ିଯାଇଛି।” ଏହାପରେ ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।

  • Related Posts

    ପ୍ରଥମ ଟ୍ବେଣ୍ଟି୨୦ : ଆୟରଲାଣ୍ଡଠାରୁ ହାରିଲା ଭାରତ

    ବେଲଫାଷ୍ଟ : ଭାରତୀୟ ଟ୍ବେଣ୍ଟି୨୦ କ୍ରିକେଟରେ ଶ୍ରେୟସ ଆୟରଙ୍କ ଯୁଗ ପରାଜୟରୁ ଆରମ୍ଭ ହୋଇଛି। ବେଲଫାଷ୍ଟର ଷ୍ଟରମଣ୍ଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ରେ ଆୟରଲାଣ୍ଡ ନିକଟରୁ ଭାରତ ୩୪ରନରେ ପରାଜିତ ହୋଇଛି। ଏଥିସହିତ ଘରୋଇ ଆୟରଲାଣ୍ଡ ଦୁଇ ମ୍ୟାଚବିଶିଷ୍ଟ ଶୃଙ୍ଖଳାରେ…

    Continue reading
    ଦଳ ସହ ଧୋକା କରିବାର ଅର୍ଥ ମା’ଙ୍କୁ ଛାଡ଼ିବା: ମମତା

    ନୂଆଦିଲ୍ଲୀ:ନିର୍ବାଚନ ପରାଜୟ ପରେ ବିଦ୍ରୋହ ଘୋଷଣା କରିଥିବା ଟିଏମସିର ବିଧାୟକ, ସାଂସଦ ଓ କାଉନସିଲରମାନଙ୍କ ଉପରେ ବର୍ଷିଛନ୍ତି ଦଳର ସୁପ୍ରିମୋ ମମତା ବାନାର୍ଜୀ। ସେ ଦଳ ସହ ଧୋକା କରିଥିବା ନେତାଙ୍କୁ ରୋଗିଣା ମା’ଙ୍କୁ ଛାଡ଼ି ଦେଉଥିବା ଲୋକଙ୍କ ସହ ତୁଳନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ