
ଦେବଗଡ଼:ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜ଼ିଲ୍ଲା ଜୁନିୟର ରେଡ଼କ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜୁନିୟର ରେଡ଼କ୍ରସ ଅଫିସର ରଶ୍ମିନ ଦାସ ବାର୍ଷିକ ବିବରଣୀ ପ୍ରଦାନ ସହ ଚଳିତ ଶିକ୍ଷା ବର୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକୁ ଉପସ୍ଥାପନା କରିଥିଲେ।ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରିଣୀ ପଦ୍ମିନୀ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଜିଲ୍ଲା ଜୁନିୟର ରେଡ଼କ୍ରସ ମାଷ୍ଟର ଟ୍ରେନର ଅମିତ ସାହୁ ଧନ୍ୟବାଦ ଦେଇଥିଲେ।


