ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବେତନଟୀ ଜଗନ୍ନାଥ ମନ୍ଦିର ଠାରୁ ଅନତିଦୂର ଶୁଖିଲାହାର ସାମିଲ ମହୁଲିଆ ଠାରେ ଖୋଲା ପଡ଼ିଆରେ ପଡ଼ିଥିବା ଜନୈକା ଅପରିଚିତା ବିବାହିତା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ସକାଳ ୯ଟାରେ ଶବ ଜବତ ପୂର୍ବକ ବେତନଟୀ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଖୋଲା ପଡ଼ିଆରେ ଜନୈକା ବିବାହିତା ମହିଳାଙ୍କ ଗଳିତ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ l ଖବରପାଇ ବେତନଟୀ ଥାନା ଆଇଆଇସି କ୍ରିଷ୍ଣା ପିଙ୍ଗୁଆ ଏବଂ ଏଏସଆଇ ପଞ୍ଚାନନ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ l ମୃତଦେହଟି ଅତ୍ୟନ୍ତ ଗଳିତ ଅବସ୍ଥାରେ ଥିବା ଏବଂ ପୋକ ସାଲୁବାଲୁ କରୁଥିବାରୁ ପରିଚୟ ମିଳିପାରିନଥିବା ବେଳେ ବିବାହିତା ମହିଳାଙ୍କ ବୟସ ୪୦ରୁ ୪୫ବର୍ଷ ଭିତରେ ହୋଇଥିବାର ଅନୁମାନ କରାଯାଉଛି l ଏନେଇ ବେତନଟୀ ଥାନା ପକ୍ଷରୁ ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଅଧିକ ତଦନ୍ତ ପୂର୍ବକ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଏହା ଏକ ହତ୍ୟା ନା ଆଉ କିଛି ତାହା ଶବ ବ୍ୟବଚ୍ଛେଦ ପରେ ହିଁ ଜଣା ପଡିବ l

  • Related Posts

    ମା ରମ୍ଭାଦେବୀଙ୍କ ଯାତ୍ରା,ବହୁ ଶ୍ରଦ୍ଧାଳୁଙ୍କ ସମାଗମ

    ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବାସୁଦେବପୁର ଗ୍ରାମରେ ମାଆ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା।ସୂଚନା ଅନୁଯାୟୀ,ଅରଣ୍ୟବେଷ୍ଟିତ ପାହାଡ ଗୁମ୍ଫାରେ ମା ପୂଜା…

    Continue reading
    ପେପର୍ ଲିକ୍ ଘଟଣା: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

    ଦେବଗଡ଼:ନିଟ ଓ ସିବିଏସଇ ପେପର୍ ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ