ବାଲି ସଇରତ ଉତ୍ସ ବାତିଲ ପାଇଁ ତହସିଲଦାରଙ୍କ କ୍ଷମତା ନାହିଁ

କଟକ: ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନଥିଲେ ମଧ୍ୟ ରାଜ୍ୟରେ ତହସିଲଦାରମାନେ ବାଲି ସଇରତ ଉତ୍ସ ନିଲାମ ବାତିଲ ଭଳି ନିର୍ଦ୍ଦେଶ ପ୍ରଦାନ କରୁଥିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ବାଲି ସଇରତ ଉତ୍ସ ସଂପର୍କିତ କ୍ଷମତା ବହିର୍ଭୂତ ନିର୍ଦ୍ଦେଶ ଗୁଡ଼ିକ ପାଇଁ ହାଇକୋର୍ଟରେ ବହୁ ସଂଖ୍ୟାରେ ମାମଲା ରୁଜୁ ହେ‌ଉଛି। ସଂଶୋଧିତ ନିୟମାବଳୀ ତହସିଲଦାରଙ୍କ ନିକଟରୁ ଏହି କ୍ଷମତା କାଢି ନେଇ ଖଣି ଅଧିକାରୀଙ୍କ ନିକଟରେ ନ୍ୟସ୍ତ କରିଛି। ଏଭଳି ସ୍ଥିତିରେ ତହସିଲଦାରଙ୍କ ଏ ସଂପର୍କିତ ନିର୍ଦ୍ଦେଶ ବେଆଇନ ଓ ଏହାକୁ ପ୍ରଶାସନିକ କ୍ଷେତ୍ରରେ ସ୍ଥାନ ପାଇବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ନୟାହାଟପାଟଣା ବୈତରଣୀ ନଦୀ ବାଲି ଉତ୍ସ ଲିଜ ବାତିଲ କରି ବ୍ୟାସନଗର ତହସିଲଦାର ୨୦୨୩, ଜୁଲାଇ ୧୭ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏ ସଂପର୍କିତ ସମସ୍ତ ରେକର୍ଡ ଦୁଇ ସପ୍ତାହ ଭିତରେ ଖଣି ଅଧିକାରୀଙ୍କ ନିକଟକୁ ତହସିଲଦାର ସ୍ଥାନାନ୍ତର କରିବେ। ଏହାପରେ ଏହି ପ୍ରସଂଗରେ ଖଣି ଅଧିକାରୀ ସ୍ବାଧୀନ ଭାବେ ସାନି ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶଶିକାନ୍ତ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଓଏମଏମସି ନିୟମାବଳୀରେ ୨୦୨୨ରେ ସଂଶୋଧନ ହୋଇଥିଲା ଓ ତହିସିଲଦାରଙ୍କ ଠାରୁ ଲଘୁ ଖଣିଜ ଦ୍ରବ୍ୟ ଉତ୍ସ ଲିଜି ବାତିଲ ଓ ଅନ୍ୟାନ୍ୟ କେତେକ କ୍ଷମତା କାଢି ନିଆଯାଇ ଖଣି ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସଂଶୋଧିତ ନିୟମାବଳୀ ନେଇ ୨୦୨୨, ଡିସେମ୍ବର ୨୮ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନକାରୀ ନୟାହାଟପାଟଣା ବୈତରଣୀ ନଦୀ ବାଲି ଉତ୍ସ ଲିଜ ପାଇଥିଲେ। ୨୦୨୩, ଜୁଲାଇ ୧୭ରେ ବ୍ୟାସନଗର ତହସିଲଦାର ଏହି ବାଲି ସଇରତ ଉତ୍ସ ଲିଜ ବାତିଲ କରିବା ସହିତ ଆବେଦନକାରୀଙ୍କ ସୁରକ୍ଷା ଜମା ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତହସିଲଦାରଙ୍କ କ୍ଷମତା ନାହିଁ ଓ କ୍ଷମତା ପରିସର ବାହାରକୁ ଯାଇ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ବେଆଇନ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

  • Related Posts

    puri temple ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ…

    Continue reading
    ପାରିବାରିକ କଳହ, ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

    ଭୁବନେଶ୍ୱର : ବିଷ ପିଇଦେଲେ ଦମ୍ପତି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ଥାନା ବାରଭୁଜା ବସ୍ତିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ କେନ୍ଦୁପଲ୍ଲି ଅଞ୍ଚଳର ସ୍ବପ୍ନା ପାତ୍ର । ଗୁରୁତର ଜିତେନ୍ଦ୍ର ପାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ