ବର୍ଷାର ସଙ୍କେତ ଦିଏ ପକ୍ଷୀଙ୍କ ଆଗମନ: ଆରମ୍ଭ ହୁଏ ଚାଷ କାମ

ଦେବଗଡ଼:ମୌସୁମୀ ବର୍ଷା ଆଗମନର ସନ୍ଦେଶ ନେଇ ଆସନ୍ତି ବିରଳ ପକ୍ଷୀ।ପକ୍ଷୀଙ୍କ ଆଗମନପରେ ବର୍ଷା ହେବାର ସଙ୍କେତ ପାଇ ଅଞ୍ଚଳରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି।ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବିଶ୍ବବାସୀଙ୍କୁଚିନ୍ତାରେ ପକାଇଥିବା ବେଳେ ମୌସୁମୀବର୍ଷା ଆଗମନର ପୂର୍ବ ସଙ୍କେତନେଇ ଆସନ୍ତି ଏହି ବିରଳ ପ୍ରଜାତିର ପକ୍ଷୀ।ସେଥିପାଇଁ ପ୍ରତିବର୍ଷ ପକ୍ଷୀଙ୍କ ଆଗମନକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଗ୍ରାମବାସୀ।ସୂଚନା ଅନୁଯାୟୀ,ଜିଲ୍ଲାର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଗ୍ରାମକୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ପକ୍ଷୀଙ୍କ ଆଗମନହୋଇଛି।ଚଳିତ ମାସରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ୨ଟି ତେନ୍ତୁଳି ଗଛରେ ସେମାନେ ବାସକରୁଛନ୍ତି।ଏହି ପକ୍ଷୀସବୁ ହଂସରାଳି ଓ ଗେଣ୍ଡାଳିଆ ପ୍ରଜାତିର ଅଟନ୍ତି।ତେବେ ପକ୍ଷୀଙ୍କଆଗମନରେ ପକ୍ଷୀପ୍ରେମୀଙ୍କ ମନରେ ଅପୂର୍ବ ଆନନ୍ଦ ପରିଲିକ୍ଷିତ ହୋଇଥାଏ।ପ୍ରତିବର୍ଷ ବହୁ ପକ୍ଷୀ ମୌସୁମୀ ଆଗମନର ପ୍ରାକ ସୂଚନା ନେଇ ଜୁନ ମାସରେ ଏଠାକୁ ଆସଥାନ୍ତି।ପକ୍ଷୀମାନଙ୍କ ଆଗମନ ଦେଖିଲେ ଗ୍ରାମବାସୀ ମୌସୁମୀ ବର୍ଷା ଆଗମନର ସଂକେତ ପାଇଥାନ୍ତି।ଏହାସହିତ ଚାଷୀମାନେ ଜମି ପ୍ରସ୍ତୁତ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି।ଯେଉଁବର୍ଷ ଅଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନରହିଥାଏ,ସେହିବର୍ଷ ସ୍ବାଭାବିକ ବର୍ଷା ହେବାର ଆକଳନ କରିଥାନ୍ତି ଗ୍ରାମବାସୀ।ଏହି ପକ୍ଷୀ ଜମିରେ ଥିବା ମାଛ,କୀଟ ଖାଇଥାନ୍ତି।ଯାହା ଫଳରେ କି ଧାନ ଚାଷ ସମୟରେ ଗ୍ରାମବାସୀଙ୍କ ଚାଷ ବିଶେଷ ଭାବେ ପୋକ ଦ୍ବାରା ନଷ୍ଟ ହେଉନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।ପକ୍ଷୀମାନେ ଆସିବା ପରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ୨ଟି ତେନ୍ତୁଳି ଗଛରେ ବସା ବାନ୍ଧନ୍ତି।ପରେ ପକ୍ଷୀମାନେ ଏଠାରେ ଅଣ୍ଡା ଦିଅନ୍ତି।ଛୁଆ ହେଲା ପରେ ଉଡିବା ଶିଖାଇବା ପରେ ନଭେମ୍ବର ରୁ ଡିସେମ୍ବର ମାସ ବେଳକୁ ଗ୍ରାମ ଛାଡି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଇଥାନ୍ତି।ପକ୍ଷୀମାନଙ୍କୁ ବନବିଭାଗର କର୍ମଚାରୀଙ୍କ ସହିତ ଗ୍ରାମବାସୀମାନେ ସୁରକ୍ଷା ଦେଇଥାନ୍ତି।ପକ୍ଷୀ ଶିକାର ପାଇଁ ଗ୍ରାମ କମିଟି ଓ ସ୍ଥାନୀୟ ଭିଏସ୍ଏସ୍ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।ଏହି ପକ୍ଷୀଙ୍କସମ୍ବନ୍ଧରେ ଅଧିକ ଗବେଷଣା କରାଗଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି।

  • Related Posts

    ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ

    ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍‌ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି…

    Continue reading
    ତାମିଲନାଡୁ ଗ୍ୟାସ ଲିକ୍‌ ଅଘଟଣ : ସୁରକ୍ଷିତ ଫେରିଲେ ୬୨ ଓଡ଼ିଆ ଶ୍ରମିକ

    ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ରହିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ସରକାର। ଚେନ୍ନାଇରୁ ଟ୍ରେନ୍‌ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଆଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ