ପ୍ରଭାବଶାଳୀ ଅମଲା:ପ୍ରଥମ ସ୍ଥାନରେ ଓଡ଼ିଆ ପୁଅ

ସମ୍ବଲପୁର: ଦେଶର ପ୍ରମୁଖ ପତ୍ରିକା ‘ଇଣ୍ଡିଆ ଟୁଡେ’ର ଚଳିତ ସଂଖ୍ୟାର ସ୍ୱତନ୍ତ୍ର ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟରତ ପ୍ରଭାବଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିତ୍ୱଙ୍କ ସୂଚୀ ଜାରି କରାଯାଇଛି। ହାଇ ଆଣ୍ଡ ମାଇଟି (ଦି ଅଲଟିମେଟ ପାୱାର ଲିଷ୍ଟ ୨୦୨୪) ନାମରେ ଅମଲାତନ୍ତ୍ରର ପ୍ରଭାବଶାଳୀ ଅମଲାଙ୍କ ତାଲିକାର ପ୍ରଥମ ସ୍ଥାନରେ ଓଡ଼ିଆ ପୁଅ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ରହିଛନ୍ତି। ଆସନ୍ତା ୧୧ ତାରିଖରେ ପ୍ରକାଶିତ ହେବାକୁ ଥିବା ସ୍ୱତନ୍ତ୍ର ସଂସ୍କରଣର ‘ଦି କ୍ୱାଇଟ ଇମ୍ଲିମେଣ୍ଟର’ ନାମକ ଶୀର୍ଷକରେ ଲେଖାଯାଇଛି ଯେ, ଡ. ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଠାରୁ ବିଶ୍ୱସ୍ତ ଅମଲା। ଘଣ୍ଟାର କଣ୍ଟା ଭଳି ନିରନ୍ତର କାର୍ୟ୍ୟ କରି ଶାସନ କଳର ଏକ ଯୁଗକୁ ସେ ଘୂରାଇ ଚାଲିଛନ୍ତି। ନିର୍ମଳ ଭାବମୂର୍ତ୍ତି, କମ କଥା କହୁଥିବା ବ୍ୟକ୍ତିତ୍ୱର ଅଧିକାରୀ ଡ. ମିଶ୍ର ସମଗ୍ର ବିଷୟରେ ତାଙ୍କର ନଜର ଥାଏ। ତାଙ୍କର ସରାକାରଙ୍କ ଲାଗି ୨୪ ଘଣ୍ଟିଆ ଉପଲବ୍ଧତା ହିଁ ତାଙ୍କୁ ଅପରିହାର୍ୟ୍ୟ କରି ରଖିଛି। ନୀତିଗତ କାଗଜପତ୍ର ଓ କ୍ୟାବିଟେନର ନୋଟ୍‌ଗୁଡ଼ିକକୁ ତ୍ରୁଟିଶୂନ୍ୟ କରିବାରେ ତାଙ୍କର ବିଶେଷ ଭୂମିକା ରହିଥିବା କୁହାଯାଇଛି। କାରଣ ତାଙ୍କ ଟେବୁଲ ଦେଇ ନିଯୁକ୍ତି କମିଟି ସଂକ୍ରାନ୍ତ ସମସ୍ତ ଫାଇଲଗୁଡ଼ିକ ଯାଉଥିବାରୁ ଅମଲାତନ୍ତ୍ର କିମ୍ବା କୁଟନୈତିକ ପୋଷ୍ଟିଂ ପାଇଁ ସମସ୍ତ ତାଲିକାଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପହଞ୍ଚାଇବା ପୂର୍ବରୁ ତାଙ୍କର ନୀଳ ପେନସିଲରୁ ଅନ୍ତିମ ସ୍ପର୍ଶ ପାଇଥାଏ। ଲବି ଓ ଅଯଥା ପ୍ରଭାବରୁ ନିଯୁକ୍ତିକୁ ମୁକ୍ତ କରିବା ପାଇଁ ଡ. ମିଶ୍ର ନିଯୁକ୍ତି ୩୬୦ ଡିଗ୍ରୀ ମୂଲ୍ୟାଙ୍କନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ବୋଲି ପତ୍ରିକା ପକ୍ଷରୁ ଉଲ୍ଲେଖ କରାଯାଇଛି।
ଏହି ସଂସ୍କରଣରେ ରାଜନୈତିକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ୟବସାୟିକ ତାଲିକାରେ ମୁକେଶ ଅମ୍ବାନୀ ପ୍ରଥମ, ଆଇକନ ତାଲିକାରେ ଅମିତାଭ ବଚ୍ଚନ ପ୍ରଥମ ସ୍ଥାନରେ ରହିଥିବା ବେଳେ ରିର୍ଜଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସ ପ୍ରଭାବଶାଳୀ ଅମଲା ତାଲିକାରେ ୩ୟ ସ୍ଥାନ ଅଧିକାର କରିଛନ୍ତି। ତେବେ ଉଭୟ ପ୍ରମୋଦ ଓ ଶକ୍ତିକାନ୍ତ ଦୁଇ ଓଡ଼ିଆ ଅଧିକାରୀ ।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ