ମାଆ ଓ ଝିଅକୁ ନିର୍ମମ ହତ୍ୟା, ବନ୍ଦ ଘରୁ ମିଳିଲା ମୃତଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଅନ୍ତର୍ଗତ ଡକେଇପାଳ ଗାଁରେ ଏକ ବନ୍ଦ ଘର ଭିତରୁ ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ମିଳିଛି । ଘର ଭିତରେ ମାଆ ଓ ଝିଅଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ମୃତକମାନେ ହେଲେ ଚୈତନ୍ୟ ଟୁଡୁଙ୍କ ପତ୍ନୀ ସୀତାମଣି ଟୁଡୁ (୩୦) ଓ ତାଙ୍କ ୮ ବର୍ଷିଆ ଝିଅ ଜବାମଣି ଟୁଡୁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେମାନଙ୍କୁ ଗଳା କାଟି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି । ପୋଲିସ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଚୈତନ୍ୟ ଟୁଡୁ ଗତକାଲି (ଶନିବାର) ସକାଳ ପ୍ରାୟ ୧୦ଟାରେ ତାଙ୍କ ଘରୁ ବାହାରକୁ ଯାଇଥିଲେ । ସେ ଅପରାହ୍ନ ୨ଟାରେ ଘରକୁ ଫେରି ଦେଖିଥିଲେ ଯେ ତାଙ୍କ ଘର ବନ୍ଦ ଅଛି । ବାରମ୍ବାର ଡାକିବା ପରେ ମଧ୍ୟ ଭିତରୁ କୌଣସି ଉତ୍ତର ମିଳି ନଥିଲା । ସନ୍ଦେହ ହେବାରୁ ଚୈତନ୍ୟ ଘରର ଛାତ ଦେଇ ଚଢ଼ି ଦେଖିଥିଲେ ଯେ, ତାଙ୍କ ସ୍ତ୍ରୀ ଏବଂ ଝିଅ ଉଭୟ ଘର ଭିତରେ ମୃତ ଅବସ୍ଥାରେ ପଡିଥିଲେ । ପତ୍ନୀ ଓ ଝିଅର ବେକ କଟା ହୋଇଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଗାଁ ଲୋକଙ୍କ ସହିତ ମହୁଲଡିହା ଥାନା ପୋଲିସକୁ ମଧ୍ୟ ଜଣାଇଥିଲେ ଚୈତନ୍ୟ ।

ଚୈତନ୍ୟ ଟୁଡୁ କହିଛନ୍ତି, “ମୁଁ ବାହାରକୁ ଯାଇଥିଲି । ଘରକୁ ଫେରି ଦେଖିଲି ଯେ ଘରର ଭିତର ପାର୍ଶ୍ବରୁ ବନ୍ଦ ଥିଲା । ସିଢ଼ି ପକାଇ ଭିତରକୁ ଯାଇ ଦେଖିଲି ଯେ, ମୋ ପତ୍ନୀ ଓ ଝିଅର ମୃତଦେହ ଘର ଭିତରେ ପଡ଼ିଛି । ତାଙ୍କୁ କେହି ହତ୍ଯା କରିଛି ।”

ସେପଟେ ଖବର ପାଇ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, କରଞ୍ଜିଆ ଏସଡିପିଓ ନବକୃଷ୍ଣ ନାଏକ, ମହୁଲଡିହା ଥାନା ଅଧିକାରୀ ତୁଷାର ନାଏକ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଭିନ୍ନ ଦିଗରୁ ଘଟଣାର ଛାନଭିନ ଆରମ୍ଭ କରିବା ସହ ଅଧିକ ତଦନ୍ତ ପାଇଁ ଆଜି ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମର ତଦନ୍ତ ପରେ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲ ଅଣାଯିବ ବୋଲି ସୂଚନା ମିଳିଛି । ତେବେ କିଏ ଓ କେଉଁ କାରଣରୁ ଉଭୟଙ୍କୁ ହତ୍ୟା କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା କହିଛନ୍ତି, “ଗତକାଲି ଦିନ ପାଖାପାଖି ୨ଟା ସମୟରେ ଘଟଣା ବିଷୟରେ ଅବଗତ ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଘଟଣାର ତଦନ୍ତ ଆରମ୍ଭ କରିଥିଲୁ । ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଆଜି ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଛି । ମହୁଲଡିହା ଥାନା ପୋଲିସ କେସ ନଂ ୧୦୨/୨୬ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଚୈତନ୍ୟ ଟୁଡୁଙ୍କୁ ଅଧିକ ପଚରାଉଚରା ଜାରି ରହିଛି । କିଏ, କାହିଁକି ଓ କେଉଁ କାରଣରୁ ଉଭୟଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଏହି ହତ୍ୟା ଘଟଣା ଉପରୁ ପରଦା ଉଠାଯିବ ।”

  • Related Posts

    ମା ରମ୍ଭାଦେବୀଙ୍କ ଯାତ୍ରା,ବହୁ ଶ୍ରଦ୍ଧାଳୁଙ୍କ ସମାଗମ

    ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବାସୁଦେବପୁର ଗ୍ରାମରେ ମାଆ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା।ସୂଚନା ଅନୁଯାୟୀ,ଅରଣ୍ୟବେଷ୍ଟିତ ପାହାଡ ଗୁମ୍ଫାରେ ମା ପୂଜା…

    Continue reading
    ପେପର୍ ଲିକ୍ ଘଟଣା: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

    ଦେବଗଡ଼:ନିଟ ଓ ସିବିଏସଇ ପେପର୍ ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ