ଆଜି ପୁରୀ ସହରରେ ସ୍କୁଲ୍‌ ଛୁଟି

ପୁରୀ :ପୁରୀ ମହାନଗର ନିଗମରେ ଆଜି ସବୁ ସ୍କୁଲ୍‌ ବନ୍ଦ ରହିବ। ଦେବସ୍ନାନ ପୂର୍ଣ୍ଣିମା ଭିଡ଼କୁ ଦେଖି ସବୁ ସ୍କୁଲ ବନ୍ଦ ରଖିବାକୁ ହୋଇଛି ନିଷ୍ପତ୍ତି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶିଶୁ ବାଟିକାଠାରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ୍‌ ବନ୍ଦ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ।

ଶ୍ରୀଜିଉଙ୍କର ଦେବସ୍ନାନ ପୁର୍ଣ୍ଣିମା ଥିବାରୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୭୯ ପ୍ଲାଟୁନ ଫୋର୍ସକୁ ମୁତୟନ କରାଯାଇଛି। ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ପଦକ୍ଷେପ ଦିଆଯାଇଛି। ସେହିପରି ସ୍ନାନ ପୁର୍ଣ୍ଣିମା ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

  • Related Posts

    ଶୋଇଥିବା ବେଳେ ହାତୀ ଆକ୍ରମଣ, ୪ ଗୁରୁତର

    ବଲାଙ୍ଗୀର :ରାତିରେ ଶୋଇଥିବା ବେଳେ ହାତୀ ଆକ୍ରମଣ। ଗୋଟିଏ ପରିବାରର ୪ ଗୁରୁତର। ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ସରଗୁଲ ଗାଁରେ ହାତୀ ଆତଙ୍କ। ରାତିରେ ଶୋଇଥିବା ବେଳେ ଗାଁରେ ପଶିଥିଲେ ୧୫ ଟିକିଆ ହାତୀ ପଲ। ଆକ୍ରମଣରେ ଗାଁର ଲିଙ୍ଗରାଜ…

    Continue reading
    ସ୍କୁଲ ପ୍ରବେଶ ଫାଟକ ଭୁଶୁଡ଼ି ଦୁଇ ଛାତ୍ର ଆହତ

    ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ ହୋଇଛନ୍ତି। ଦୁଇ ଛାତ୍ର ସତ୍ୟ ଖିଲ (୭) ଓ କାମେଶ ଖିଲ (୮)ଙ୍କୁ ନନ୍ଦପୁର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ