
ଦେବଗଡ଼:ସ୍ଥାନୀୟ ଜଳ ବିଭାଜିକା ସମ୍ମିଳନୀ କକ୍ଷରେ ଆଜି ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ଯୋଜନା ବିଭାଗର ଉପନିର୍ଦ୍ଦେଶକ ଭରତ ଚନ୍ଦ୍ର ଶୁଣ୍ଢି ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟଅତିଥି,ଚନ୍ଦ୍ରଶେଖର ପ୍ରଧାନ ମୁଖ୍ୟବକ୍ତା, ଡିଆଇପିଆରଓ ମନୋରଞ୍ଜନ ସୂତାର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମରେ ଅର୍ଥନୀତି ବିଶେଷଜ୍ଞ ପ୍ରଶାନ୍ତ ଦାସ,ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକାରୀ ରୋହିତ ସ୍ୱାଇଁ,ସହାୟକ ପରିସଂଖ୍ୟନ ଅଧିକାରୀ ଡୋଳାମଣି କିସାନଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।




