
ଦେବଗଡ଼:ବାରକୋଟ ବ୍ଲକର ସରୁଆଳୀ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର ସାହୁ ଯୋଗଦେଇ ୭୫ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ମଧ୍ୟରେ ୩୭ଟି ବ୍ୟକ୍ତିଗତ ଏବଂ ୩୮ ଟି ସାମୁହିକ ଅଭିଯୋଗ ରହିଥିଲା। ଜନସାଧାରଣ ବିଶେଷ କରି ରାସ୍ତା ନିର୍ମାଣ,ପାନୀୟ ଜଳ ସମସ୍ୟା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଘରବାରି ପଟ୍ଟା,ଭତ୍ତା ଜମିର ପଟ୍ଟା ସଂଶୋଧନ ଓ ସୋଲାର ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିରରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ,ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ ପ୍ରଧାନ,ଉପଜିଲ୍ଲାପାଳ ପରୀକ୍ଷିତ ସାହୁ,ଏସିଏଫ ଅରୁଣ ବେହେରା,ଡେପୁଟି କଲେକ୍ଟର ଅଞ୍ଜୁନୀ କୁଜୁର,ବାରକୋଟ ବ୍ଲକ ବିଡିଓ ସୂର୍ଯ୍ୟକାନ୍ତ ବରିହା, ବାରକୋଟ ତହସିଲଦାର ରବୀନ୍ଦ୍ର ସାମଲଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।




