ଆଜି ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆଜି ଶପଥ ନେବେ। ଭାରତୀୟ ସମୟ ରାତି ପ୍ରାୟ ୧୦ଟା ବେଳେ ଟ୍ରମ୍ପ ୟୁଏସ କ୍ୟାପିଟଲ ହାଉସ୍ରେ ଶପଥ ନେବେ । ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଶପଥ ପାଠ କରାଇବେ। ଏଥର ପ୍ରବଳ ଥଣ୍ଡା ଯୋଗୁଁ ଖୋଲା ସ୍ଥାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ନାହିଁ । ଶପଥ ଗ୍ରହଣ ଉତ୍ସବରେ ଆମେରିକାର ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ଦେଶ ବିଦେଶରୁ ଆମନ୍ତ୍ରିତ ବହୁ ନେତା ଏବଂ ଉଦ୍ୟୋଗପତି ଉପସ୍ଥିତ ରହିବେ। ଟ୍ରମ୍ପ ଦ୍ବିତୀୟଥା ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବାରୁ ଅନେକ କିଛି ଭିନ୍ନ ଦେଖିବାକୁ ମିଳିବ ବୋଲି କୁହାଯାଇଛି। ଏଥିପାଇଁ କେବଳ ଆମେରିକା ନୁହେଁ, ଭାରତ ସମେତ ସାରା ବିଶ୍ୱର ଲୋକମାନେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଉତ୍ସାହିତ ରହିଛନ୍ତି।
ସୂଚନା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଉଥିବା ଶପଥ ୩୫ଟି ଶବ୍ଦରେ ସଂଯୋଜିତ ହୋଇଥିବା ବେଳେ ଏହି ଶବ୍ଦଗୁଡ଼ିକ ଆମେରିକା ସମ୍ବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯାହାକୁ ସମ୍ବିଧାନର ମୂଳ ଭାବନା ବୋଲି ମଧ୍ୟ ବିବେଚନା କରଯାଇଥାଏ। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ ବେଳେ ଟ୍ରମ୍ପ ଦୁଇଟି ବାଇବେଲ ପଢିବେ ବୋଲି ଜଣାପଡ଼ିଛି। ଏଥିମଧ୍ୟରୁ ଗୋଟିଏ ତାଙ୍କ ମାଆ ଉପହାର ସ୍ୱରୂପ ଦେଇଥିଲେ। ଅନ୍ୟଟି ଲିଙ୍କନ୍ ବାଇବେଲ ବୋଲି କୁହାଯାଇଛି।
ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆୟୋଜିତ ରାତ୍ରୀ ଭୋଜନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗ ଦେଇଛନ୍ତି। ଏହି ସମୟରେ ଅମ୍ବାନୀ ଦମ୍ପତି ଟ୍ରମ୍ପଙ୍କୁ ଭେଟିିଥିଲେ। ଅମ୍ବାନୀ ପରିବାର ବ୍ୟତୀତ ଏମ୩ଏମ ଡେଭଲପର୍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ବଂଶଲ ଏବଂ ଟ୍ରାଇବେକା ଡେଭଲପର୍ସ ପ୍ରତିଷ୍ଠାତା କଳ୍ପେଶ ମେହେଟ୍ଟାଙ୍କ ଭଳି ଅନ୍ୟ ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଆହୁରି ଅନେକ ବଡ଼ ବଡ଼ ଶିଳ୍ପପତି ମଧ୍ୟ ଯୋଗ ଦେଇଥିଲେ। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଟେସଲା ଓ ଟ୍ବିଟରର ମୁଖ୍ୟ ଏଲନ ମସ୍କ ମଧ୍ୟ ଏହି ଡିନରରେ ଉପସ୍ଥିତ ଥିଲେ ।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି