ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ପୂର୍ବତନ ଆଇଆଇସି ସଂଧ୍ୟାରାଣୀ

ରାଜନଗର: ରାଜନଗର ବ୍ଲକ୍ ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନା ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଗତ ଜୁନ ୨୯ ତାରିଖ ଦିନ ହାଇକୋର୍ଟଙ୍କ ନିକଟରେ ସେ ଜାମିନ୍ ପାଇଁ ଆବେଦନ କରିଛନ୍ତି । ସଂଧ୍ୟାରାଣୀ ତାଳଚୁଆ ସାମୁଦ୍ରିକ ଥାନାରେ ଆଇଆଇସି ଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ରକରି ଥାନାକୁ ଯାଇଥିବା ମା’-ପୁଅଙ୍କୁ ଗତ ମେ’ ମାସ ୨୫ ତାରିଖରେ ମାଡ଼ ମାରିବା ସହ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସାମୁଦ୍ରିକ ଥାନାରେ ଆଇଆଇସି ଶ୍ରୀମତୀ ଜେନାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାକୁ ପୁଲିସ ମହାନିର୍ଦ୍ଦେଶକ ଗୁରୁତ୍ୱ ଦେଇ ଆଇଆଇସି ଶ୍ରୀମତୀ ଜେନାଙ୍କୁ ନିଲମ୍ବନ କରିବା ସହ ପୁଲିସ ମୁଖ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଥାଉକି, ସାମୁଦ୍ରିକ ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଗିରିଆପାହି ଗ୍ରାମର ଅନ୍ନପୂର୍ଣ୍ଣା ମଣ୍ଡଳ(୫୮) ଓ ତାଙ୍କ ପୁଅ ଅନନ୍ତ(୩୧) ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସୁକାନ୍ତ ପାତ୍ରଙ୍କ ନିକଟରେ ମେ ମାସ ୨୬ ତାରିଖ ଦିନ ଅଭିଯୋଗ କରିଥିଲେ । ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ଆଧାରରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ ଓ ଏସ୍ଡିପିଓ ଶ୍ରୀ ପାତ୍ରଙ୍କ ତଦନ୍ତ ପରେ ଡିଜିପି ଆଆଇସି ଶ୍ରୀମତୀ ଜେନାଙ୍କୁ ସେହି ମାସ ୨୭ ତାରିଖ ଦିନ ନିଲମ୍ବିତ କରିଥିଲେ ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଥାନା ଭିତରେ ଲାଗିଥିବା ସିସିଟିଭିରେ ୨୭ ତାରିଖ ରାତି ପୂର୍ବର କୌଣସି ଫୁଟେଜ୍ ରେକର୍ଡ ମିଳିନଥିଲ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ