ଆରଜି କର ଦୁଷ୍କର୍ମ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ

କୋଲକାତା: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଏହା ସହିତ, କୋର୍ଟ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। କୋର୍ଟ ରାୟ ଦେବା ପୂର୍ବରୁ ମୃତକଙ୍କ ବାପା ଦୋଷୀକୁ ସର୍ବାଧିକ ଦଣ୍ଡ ଦେବାକୁ ଦାବି କରିଥିଲେ।

ସିଆଲଦା କୋର୍ଟର ବିଚାରପତି ଜାନୁଆରୀ ୧୮ତାରିଖରେ ସ୍ପଷ୍ଟ କରିସାରିଥିଲେ ଯେ ଏହି ମାମଲାରେ ସର୍ବାଧିକ ଦଣ୍ଡ “ମୃତ୍ୟୁଦଣ୍ଡ” ଓ ସର୍ବନିମ୍ନ ଦଣ୍ଡ ଆଜୀବନ କାରାଦଣ୍ଡ ହେବ। ଏହା ପରେ ମୃତ ଡାକ୍ତରଙ୍କ ପରିବାର ସହିତ ସିବିଆଇ ମଧ୍ୟ ମୃତ୍ୟୁଦଣ୍ଡ ଦାବି କରିଥିଲା। କିନ୍ତୁ, ମୃତ୍ୟୁଦଣ୍ଡ ଦେବା ପରିବର୍ତ୍ତେ, କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। କୋର୍ଟ ଏହି ମାମଲାକୁ ବିରଳ ବୋଲି ବିବେଚନା କରୁନଥିବାରୁ ମୃତ୍ୟୁଦଣ୍ଡ ଦେଇନଥିବା ସାମ୍ନାକୁ ଆସିଛି।

ରାୟ ଶୁଣାଇବା ପୂର୍ବରୁ କୋର୍ଟ ସଞ୍ଜୟକୁ ନିଜର ପକ୍ଷ ରଖିବାକୁ କହିଥିଲେ। ଉତ୍ତରରେ ସଞ୍ଜୟ କହିଥିଲା, “କୌଣସି କାରଣ ବିନା ମୋତେ ଏଥିରେ ଜଡିତ କରାଯାଇଛି। ମୁଁ ସବୁବେଳେ ରୁଦ୍ରାକ୍ଷ ମାଳା ପିନ୍ଧେ। ଯଦି ମୁଁ କୌଣସି ଅପରାଧ କରିଥାଆନ୍ତି, ତେବେ ମାଳା ଅପରାଧ ସ୍ଥାନରେ ହିଁ ଛିଡ଼ି ଯାଇଥାନ୍ତା। ମୋତେ କହିବାକୁ ଅନୁମତି ଦିଆଗଲା ନାହିଁ। ଅନେକ କାଗଜପତ୍ରରେ ଜୋରଜବରଦସ୍ତ ଦସ୍ତଖତ କରାଯାଇଥିଲା।”

ଏହା ଶୁଣିବା ପରେ କୋର୍ଟ କହିଥିଲେ ଯେ, “ତୁମ ଉପରେ ଲାଗିଥିବା ସମସ୍ତ ଆରୋପ ପ୍ରମାଣିତ ହୋଇସାରିଛି। ଏବେ ଏସବୁର କିଛି ଅର୍ଥ ନାହିଁ।”

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟ ୯ ତାରିଖ ସକାଳେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରର ସେମିନାର ହଲରୁ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ରାତି ଡ୍ୟୁଟି ସମୟରେ ବିଶ୍ରାମ କରୁଥିବା ବେଳେ ସଞ୍ଜୟ ମୃତକଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲା।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ