ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ଼:ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣାର ସପ୍ତାହେ ପରେ ପୁଲିସ୍‌ ସୋମବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜେପୁର ବ୍ଲକ ପୁଟୁକାର ସର୍ଜନ ଡନସେନା (୩୬), ପ୍ରହଲ୍ଲାଦ ଦାଶ (୩୩) ଏବଂ ଜଗଦଲପୁର ଥାନା ଅନ୍ତର୍ଗତ ଧୂମାଭଟାର ଜୟକୃଷ୍ଣ ଡନସେନା (୪୦) । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ଯୁବତୀ ନିଖୋଜ ଘଟଣାର ୯ଦିନ ପରେ ବି ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ ମଙ୍ଗଳବାର ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବିଜେଡି, ବ୍ୟବସାୟୀ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ ସମେତ ୩୦ ରାଜନୈତିକ ଓ ଅଣରାଜନୈତିକ ସଙ୍ଗଠନ ଏହାକୁ ସମର୍ଥନ ଜଣାଇଛନ୍ତି । ସକାଳୁ ସହର ବିଭିନ୍ନ ଛକରେ ବନ୍ଦ ପାଳନ ହେଉଥିବାର ଦେଖିବାକୁ ମିଳିଛି। ବିଭିିନ୍ନ ସଂଗଠନ ପକ୍ଷରୁ ପିକେଟିଂ ସହ ରାସ୍ତାରୋକ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଓ ଜରୁରୀ କାଳୀନ ସେବାକୁ ବାଦ ଦେଇ ବିଭିନ୍ନ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ କାର୍ୟ୍ୟାଳୟ ସକାଳ ୬ ଟା ରୁ ସନ୍ଧ୍ୟା ୫ ଟା ପର୍ୟ୍ୟନ୍ତ ବନ୍ଦ ରହିବ ।

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିବା ବେଳେ ଗତ ୧୨ ତାରିଖରେ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ । ନିଖୋଜର ୩୬ ଘଣ୍ଟା ପରେ ୧୪ ତାରିଖରେ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ନିଖୋଜ ଦିନ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଯୁବତୀ ଉଦ୍ଧାର ପରେ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବରଡ଼ୋଳ ଛକରେ ଗ୍ରାମବାସୀଙ୍କ ରାସ୍ତାରୋକ କରିଥିଲା । ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ଗିରଫ ହେବେ ବୋଲି ପୁଲିସ୍‌ ପ୍ରତିଶ୍ରୁତି ଦେଇଥିଲା । ଏଥିରେ ବିଫଳ ହେବା ପରେ ଶନିବାର ସର୍ବଦଳୀୟ ବୈଠକରେ ବରଗଡ଼ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ