ଜୁଲାଇ ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ବର୍ଷା

ନୂଆଦିଲ୍ଲୀ: ବର୍ଷା ଅଭାବ ୧୨ ପ୍ରତିଶତକୁ ଖସି ଆସିଛି। ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ମୌସୁମୀ ବର୍ଷା ହୋଇଛି। ଏଲ୍ ନିନୋ ବର୍ଷ ହେଲେ ବି ସ୍ୱାଭାବିକ ଠୁ କମ୍ ବର୍ଷା ହେବା ଆବଶ୍ୟକ ନୁହେଁ। ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଖରିଫ ଋତୁର ଅଗ୍ରଗତି ଏବଂ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ଉପରେ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଏଲ ନିନୋ ସମ୍ପର୍କିତ ପଦକ୍ଷେପ ଗୁଡ଼ିକର ସମୀକ୍ଷା କରାଯାଇଥିଲା।

ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ବିଳମ୍ବରେ ମୌସୁମୀର ଆଗମନ ହୋଇଛି । ତଥାପି ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ବର୍ଷା ଯୋଗୁଁ ସମଗ୍ର ଦେଶରେ ବର୍ଷା ଅଭାବ ୧୨ ପ୍ରତିଶତକୁ ଖସି ଆସିଛି। ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ବର୍ଷା ହୋଇଛି। ଜୁଲାଇ ଓ ଅଗଷ୍ଟରେ ଦୁର୍ବଳରୁ ମଧ୍ୟମ ଏଲ୍ ନିନୋ ରହିବାର ସମ୍ଭାବନା ଅଛି ବୋଲି ପିଏମଓ ଏକ ବିବୃତ୍ତି ଜାରି କରିଛି । ଏହା ଏଲ୍ ନିନୋ ବର୍ଷ ହେଲେ ମଧ୍ୟ ସ୍ୱାଭାବିକ ଠୁ କମ୍ ବର୍ଷା ହେବା ଜରୁରୀ ନୁହେଁ। ୩୦ ପ୍ରତିଶତରୁ ଅଧିକ ମୌସୁମୀ ବର୍ଷା ଜୁଲାଇ ମାସରେ ହୋଇଥାଏ। ତେଣୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ବୋଲି ବିବୃତ୍ତିରେ କୁହାଯାଇଛି।

କେନ୍ଦ୍ର କୃଷି ସଚିବ ଖରିଫ ଋତୁରେ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ପାଇଁ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ଦେଇଛନ୍ତି। ବର୍ଷା, ଜଳଭଣ୍ଡାର ସଂରକ୍ଷଣ, ଫସଲ ବୁଣା, ସାର ଓ ଅନ୍ୟାନ୍ୟ ସାମଗ୍ରୀର ଉପଲବ୍ଧତା, ବଜାର ଧାରା ଏବଂ କୀଟ ଓ ରୋଗର ସ୍ଥିତିକୁ ନଜରେ ରଖି ସମୟାନୁସାରେ ନିଷ୍ପତ୍ତି ନେବା ଓ ଜରୁରୀ ପ୍ରତିକାର ପାଇଁ ରାଜ୍ୟଗୁଡ଼ିକ ସହିତ ଫସଲ ଓ ପାଣିପାଗ ବିଭାଗର ବୈଠକ ଅନୁଷ୍ଠିତ କରାଯାଉଛି। ୨୬୨ଟି ସମ୍ବେଦନଶୀଳ ଜିଲ୍ଲା ପାଇଁ ଜିଲ୍ଲା କୃଷି ବିପତ୍ତି ଯୋଜନା କରାଯାଇଛି। ଏହା ସହ “ଭାରତୀୟ କୃଷିରେ ଏଲ୍ ନିନୋ ବିପଦ ପରିଚାଳନା” ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ଜିଲ୍ଲାସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ପାଇଁ ଏସଓପି ଜାରି କରାଯାଇଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ