ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦

କଲକାତା : ଆଜିଠାରୁ ବିଶ୍ବ ଚମ୍ପିଆନ୍ ଭାରତ ଓ ପୂର୍ବତନ ବିଶ୍ବ ଚମ୍ପିଆନ୍ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି ୨୦ ଶୃଙ୍ଖଳା ଆରମ୍ଭ ହେଉଛି। ଇଡେନ ଗାର୍ଡେନ୍‌ସରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ୨୦୨୪ରେ ୩ଟି ଫର୍ମାଟ ମଧ୍ୟରୁ ଟ୍ବେଣ୍ଟି୨୦ରେ ଭାରତର ସବୁଠାରୁ ଭଲ ପ୍ରଦର୍ଶନ କରିଛି। ଏହିବର୍ଷ ଭାରତ ବିଶ୍ବକପ୍‌ ଚମ୍ପିଆନ୍‌ ହେବା ସହ ୨୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ମାତ୍ର ୨ଟି ହାରିଛି। ୬ ବର୍ଷ ହେଲା ଘରୋଇ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଭାରତ ହାରିନାହିଁ। ପୁଣି ୧୦ ବର୍ଷ ହେଲା ଭାରତକୁ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଇଂଲଣ୍ଡ ହରାଇନାହିଁ ଏବଂ ଭାରତ କ୍ରମାଗତ ୪ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଛି। ଗତବର୍ଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ ପହଞ୍ଚିଥିଲା। ଅନ୍ୟପକ୍ଷ​‌େ​‌ର ଇଂଲଣ୍ଡ ମଧ୍ୟ ଟ୍ବେଣ୍ଟି୨୦ରେ ଭଲ ଫର୍ମରେ ଅଛି। ଉଭୟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରିଥାଆନ୍ତି। ଭାରତ ଓ ଇଂଲଣ୍ଡ ଟ୍ବେଣ୍ଟି୨୦ ଦଳରେ ବିଶେଷ ଫରକ ନାହିଁ।
ବିଶ୍ବକପ୍ ବିଜୟ ପରେ ରୋହିତ ଶର୍ମା ଟି୨୦ରୁ ସନ୍ନ୍ୟାସ ନେବା ପରେ ସୂର୍ୟ୍ୟକୁମାର ଯାଦବ ଦଳର ନେତୃତ୍ବ ନେଉଛନ୍ତି। ଏହି ଶୃଙ୍ଖଳାରୁ ୨୦୨୬ ଟି୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭ ହେବ। ସମସ୍ତଙ୍କ ନଜର ୧୪ ମାସ ପରେ ଦଳକୁ ଫେରିଥିବା ପେସ୍‌ ବୋଲର ମହମ୍ମଦ ସାମିଙ୍କ ଉପରେ ରହିବ। ୪ଟି ମ୍ୟାଚ୍‌ ନ ଖେଳିବା ସତ୍ତ୍ବେ ସାମି ୨୦୨୩ ଦିନିକିଆ ବିଶ୍ବକପ୍‌ରେ ସର୍ବାଧିକ ୨୪ଟି ୱିକେଟ୍‌ ନେଇଥିଲେ। ଯଶପ୍ରୀତ ବୁମ୍‌ରା ଦଳରେ ନ ଥିବାରୁ ସାମି ପେସ୍‌ ବୋଲିଂର ନେତୃତ୍ବ ନେବେ। ଇଂଲଣ୍ଡ ବିପକ୍ଷ ଟି୨୦ ଓ ଦିନିକିଆ ଶୃଙ୍ଖଳା ଖେଳି ସାମି ଚମ୍ପିଆନ୍‌ସ ଟ୍ରଫି ପାଇଁ ପ୍ରସ୍ତୁତ ହେବେ। ପୁଣି ଏହି ଶୃଙ୍ଖଳାରେ ଉପଅଧିନାୟକ ଭାବେ ଅକ୍ଷର ପଟେଲ ତାଙ୍କ ଇନିଂସ ଆରମ୍ଭ କରିବେ। ଗତ ଟି୨୦ ବିଶ୍ବକପ୍‌ରେ ଅକ୍ଷର ୯ଟି ୱିକେଟ୍‌ ନେବା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ୩୧ ବଲ୍‌ରୁ ୪୭ ରନ୍‌ କରିଥିଲେ। ପୁଣି ଗତବର୍ଷ କ୍ରମାଗତ ୨ଟି ଟ୍ବେଣ୍ଟି୨୦ରେ ଶତକ ହାସଲ କରିଥିବା ସଞ୍ଜୁ ସାମ୍‌ସନ ଓ ତିଳକ ବର୍ମାଙ୍କ ଉପ​‌ରେ ମଧ୍ୟ ସମସ୍ତଙ୍କ ନଜର ରହିବ। ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ନୀତୀଶ କୁମାର ରେଡ୍‌ଡୀ, ୱାଶିଂଟନ ସୁନ୍ଦର ଓ ରବି ବିଷ୍ଣୋଇଙ୍କ ମଧ୍ୟରୁ ଜଣେ ଖେଳିବେ। ଇଂଲଣ୍ଡର ‘ବାଜ୍‌ବଲ୍‌’ ବ୍ୟାଟିଂର ଜବାବ ‘ସ୍କାଏବଲ୍‌’ ବୋଲି କ୍ରିକେଟ୍‌ ସମୀକ୍ଷକ ମତ ଦେଇଛନ୍ତି। ସ୍କାଏ ବା ସୂର୍ୟ୍ୟକୁମାର ଯାଦବ ଘରୋଇ ମାଟିରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ଜାରିରଖିବେ ବୋଲି ଭାରତୀୟ ଦଳ ଆଶାରଖିଛି। ସଞ୍ଜୁ ସାମ୍‌ସନଙ୍କ ସହ ଅଭିଷେକ ଶର୍ମା ଇନିଂସ ଓପନ୍‌ କରିବେ। ଅର୍ଶଦୀପ ସିଂହ ନୂଆ ବଲ୍‌ ପକାଇବେ। ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀ ଖେଳିବେ। ମଧ୍ୟକ୍ରମରେ ରିଙ୍କୁ ସିଂହଙ୍କୁ ସୁଯୋଗ ମିଳିବ। ଇଂଲଣ୍ଡର ଟ୍ବେଣ୍ଟି୨୦ ଦଳ ବେଶ୍‌ ମଜ୍‌ଭୁତ ଅଛି। ବେନ୍‌ ଡକେଟ୍‌ ଓ ଫିଲ୍‌ ସଲ୍‌ଟ ଓପନ୍‌ କରିବାର ଥିବାରୁ ଅଧିନାୟକ ଜୋସ୍‌ ବଟ୍‌ଲରଙ୍କୁ ୩ନଂ ସ୍ଥାନରେ ଖେଳିବାକୁ ପଡ଼ିବ। ମଧ୍ୟକ୍ରମରେ ହ୍ୟାରି ବ୍ରୁକ୍‌, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଓ ଜାକବ୍ ବିଥେଲ ବେଶ୍‌ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ। ଫାଷ୍ଟବୋଲର ଜୋଫ୍ରା ଆର୍ଚରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଇଡେନ୍‌ ଗାର୍ଡେନ୍‌ସର ପିଚ୍‌ ବ୍ୟାଟିଂ ଉପଯୋଗୀ ଏବଂ ବାଉଣ୍ଡରୀ ଛୋଟ ଥିବାରୁ ୨୦୦ ପାଖାପାଖି ରନ୍‌ ହୋଇପାରେ। ତେବେ ୨ୟ ଇନିଂସରେ କାକରର ପ୍ରଭାବ ରହିବ। ତେଣୁ ଉଭୟ ଦଳ ଟସ୍ ଜିତି ପ୍ରଥମେ ଫିଲ୍‌ଡିଂ କରିବାକୁ ଚାହିଁବେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ