ଭାରତ-ଇଂଲଣ୍ଡ ମ୍ୟାଚ୍: ସଜେଇ ହେଉଛି ବାରବାଟୀ

କଟକ: ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଏବେ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି । ଷ୍ଟାଡିୟମର ଭିତର ଓ ବାହାର ପାର୍ଶ୍ୱକୁ ନୂଆ ରୂପ ଦିଆଯାଉଥିବାବେଳେ ପଡିଆରେ ଘାସ କଟା କାର୍ୟ୍ୟ ଜାରି ରହିଛି । ଏହାସହ ଷ୍ଟାଡିୟମର ଗ୍ୟାଲେରୀଗୁଡ଼ିକର ରଙ୍ଗ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି ।
ଏହି ବହୁ ପ୍ରତିକ୍ଷିତ ମ୍ୟାଚ ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକେଟ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓସିଏ । ତେବେ ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀରେ ବାଜିବ ଯୁଦ୍ଧଭେରୀ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହି ମ୍ୟାଚ ପାଇଁ ହାତରେ କମ ସମୟ ବାକି ଥିବାବେଳେ ମ୍ୟାଚ୍ ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସମ୍ପୂର୍ଣ୍ଣ ଷ୍ଟାଡିୟମକୁ ନୂଆ ରୂପ ଦିଆଯାଉଥିବାବେଳେ ଗ୍ୟାଲେରୀ ଗୁଡ଼ିକର ରଙ୍ଗ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି । ୩୦ ୟାର୍ଡ ଅଞ୍ଚଳରୁ ଗ୍ରାସ କଟିଂ କାର୍ୟ୍ୟ ଶେଷ କରାଯିବା ପରେ ଗୁରୁବାର ଦିନ ପୁରା ପଡିଆରୁ ଗ୍ରାସ କଟିଂ କାର୍ୟ୍ୟ ଆରମ୍ଭ ହେଇଛି । ଏହାପରେ ନିୟମିତ ଭାବେ ପିଚକୁ ରୋଲ କରାଯିବା ସହ ପଡ଼ିଆରେ ସାର, କେମିକାଲ ଓ ପାଣି ସିଞ୍ଜନ କରାଯିବ । ସେପଟେ ଷ୍ଟାଡିୟମର ବାହାର ପାର୍ଶ୍ବ ସହିତ ଖେଳାଳିଙ୍କ ଡ୍ରେସିଂ ରୁମ, ମ୍ୟାଚ ରେଫ୍ରିଙ୍କ ପ୍ରକୋଷ୍ଠ, ପ୍ରେସ ବକ୍ସ, ଏସି ବକ୍ସ ଓ କର୍ପୋରେଟ ବକ୍ସଗୁଡ଼ିକରେ ଆବଶ୍ୟକ ମୁତାବକ ପରିବର୍ତ୍ତିନ ମଧ୍ୟ କରାଯାଉଛି ।
ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, “ମ୍ୟାଚ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ସହିତ ଓସିଏର ଗୋଟିଏ ପ୍ରସ୍ତୁତି ବୈଠକ ହୋଇସାରିଛି । ସମସ୍ତ ଆନୁସଙ୍ଗିକ କାର୍ୟ୍ୟ ସମୟ ପୂର୍ବରୁ ଶେଷ ହେବ । ତିନି ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ବିତୀୟ ମ୍ୟାଚଟି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚଟି ଦିବାରାତ୍ର ହୋଇଥିବାରୁ ଅପରାହ୍ନ ସାଢେ ଗୋଟାଏରେ ମ୍ୟାଚ ଆରମ୍ଭ ହେବ । ଖେଳାଳିମାନଙ୍କ ପାଇଁ ହୋଟେଲ ବୁକିଂ କାର୍ୟ୍ୟ ପୂର୍ବରୁ ଶେଷ ହୋଇସାରିଛି । ମ୍ୟାଚର ଦୁଇ ଦିନ ପୂର୍ବରୁ ଅର୍ଥାତ ଫେବ୍ରୁଆରୀ ୭ ତାରିଖ ଦିନ ଉଭୟ ଟିମର ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ ।”

  • Related Posts

    ଫୁଟବଲ ପ୍ରତିଯୋଗିତା ଉଦଯାପିତ: ଦେବଗଡ ଚାମ୍ପିଅନ

    ଦେବଗଡ଼:ଦେବଗଡ଼ ଜିଲ୍ଲାର ତି‌ଲେଇବଣି ବ୍ଲକ ବଲଣ୍ଡାଗ୍ରାମରେ ରାଜା ବାସୁଦେବ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ ଦେବଗଡ ଦଳ ସହିତ ଢୋଲପଡା ଦଳ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ…

    Continue reading
    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି