ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ବିକଶିତ ଭାରତ ଗଠନରେ ଯୁବ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି

ଭୁବନେଶ୍ୱର: ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ “ଆଜି ମହାନ ବୈଜ୍ଞାନିକ ହୋମି ଭାଭା ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ମୁଁ ମୋ ସମ୍ମୁଖରେ ଶତାଧିକ ହୋମି ଭାଭାଙ୍କୁ ବସିଥିବାର ଦେଖିପାରୁଛି।” କେବଳ ଗବେଷଣା ନୁହେଁ, ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ (Sustainable Development) ପ୍ରତି ନାଇଜର’ର ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ବିଜ୍ଞାନର ସାମର୍ଥ୍ୟ ହିଁ ଏହାର ସ୍ଥାୟୀ ସମାଧାନ ବାହାର କରିପାରିବ ବୋଲି ସେ କହିଥିଲେ।
ସେ କହିଥିଲେ ଯେ, ବୈଜ୍ଞାନିକ ଦକ୍ଷତା ଏବେ କୌଣସି ବିକଳ୍ପ ନୁହେଁ, ବରଂ ଏହା ଆମ ପ୍ରଗତିର ମୂଳଦୁଆ। ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା ଜିଜ୍ଞାସାକୁ ସଦାସର୍ବଦା ଜାଗ୍ରତ ରଖି ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା ସହ ନିଜ ଜ୍ଞାନକୁ ମାନବ ସମାଜର କଲ୍ୟାଣରେ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆଜି ଆପଣମାନେ କେବଳ ଏକ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପାଉନାହାନ୍ତି, ବରଂ ସମାଜ ପ୍ରତି ଏକ ବଡ଼ ଦାୟିତ୍ୱକୁ ନିଜ କାନ୍ଧକୁ ନେଉଛନ୍ତି। ବିଶ୍ୱରେ ସମସ୍ତ ସମସ୍ୟାର ସମାଧାନ କେବଳ ବିଜ୍ଞାନ ମାଧ୍ୟମରେ ହିଁ ସମ୍ଭବ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ନାତକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆଜି ଉତ୍ତୀର୍ଣ୍ଣ ହେଉଥିବା ଯୁବପିଢ଼ି ବିଜ୍ଞାନ, ଗବେଷଣା ଏବଂ ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ବିଶେଷ ଅବଦାନ ରଖୁଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଗତି ହିଁ ଏକ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ। ଆମର ଯୁବ ଗବେଷକ ଓ ସ୍ନାତକମାନେ କେବଳ ଡିଗ୍ରୀ ହାସଲ କରିନାହାନ୍ତି, ବରଂ ଦେଶର ବିକାଶ ଓ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ଏକ ବଡ଼ ଦାୟିତ୍ୱ ହାତକୁ ନେଇଛନ୍ତି ।
ସେ ଆହୁରି କହିଥିଲେ ଯେ, ଆମର ଯୁବ ବୈଜ୍ଞାନିକମାନେ ସେମାନଙ୍କର ଜ୍ଞାନକୁ ସମାଜର ତୃଣମୂଳ ସ୍ତରର ସମସ୍ୟାର ସମାଧାନ ପାଇଁ ବିନିଯୋଗ କରିବା ଉଚିତ୍। ଅନୁଷ୍ଠାନର ଶିକ୍ଷାଦାନର ପଦ୍ଧତି ଓ ଗବେଷଣା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇଥିବାରୁ ସେ ଏହାକୁ ପ୍ରଶଂସା କରିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଇଜରକୁ ଏକ ଅନନ୍ୟ ଅନୁଷ୍ଠାନ ଭାବେ ବର୍ଣ୍ଣନା କରିଛନ୍ତି। ଅତି କମ୍ ସମୟ ମଧ୍ୟରେ ଏହି କ୍ୟାମ୍ପସକୁ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଏବଂ ଆଜି ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ଗସ୍ତ କରିବା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (STEM) ଶିକ୍ଷାରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ପାଉଥିବା ବିଷୟରେ ସୂଚନା ଦେଇ ନାଇଜର ଭୁବନେଶ୍ୱରରେ ଏହି ହାର ୪୦ ପ୍ରତିଶତ ଛୁଇଁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଦେଶର ଉପରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପ୍ରମାଣପତ୍ର ଗ୍ରହଣ କରିବା ପ୍ରତ୍ୟେକ ସ୍ନାତକଙ୍କ ପାଇଁ ଏକ ଚିରସ୍ମରଣୀୟ ମୁହୂର୍ତ୍ତ। ଏହା କେବଳ ପ୍ରମାଣପତ୍ର ବାଣ୍ଟିବାର ଦିବସ ନୁହେଁ, ବରଂ ଏକ ଗୌରବମୟ ସେବା ଓ ପରମ୍ପରାକୁ ଆଗାମୀ ପିଢ଼ିର ହାତରେ ସମର୍ପଣ କରିବାର ଏକ ପବିତ୍ର ଅବସର।

ଏହି ଉତ୍ସବରେ ପରମାଣୁ ଶକ୍ତି ବିଭାଗର ସଚିବ ଡ. ଅଜିତ କୁମାର ମହାନ୍ତି, ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ ଏବଂ ଅନୁଷ୍ଠାନର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

  • Related Posts

    ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ: ଯୋଗଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

    ଭୁବନେଶ୍ୱର: ଭାରତ ୨୦୨୬ରେ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା କରୁଛି । ଏହି କ୍ରମରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ । ଏଥିସହିତ ବ୍ରିକ୍ସ ବରିଷ୍ଠ…

    Continue reading
    ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

    ଭୁବନେଶ୍ୱର: ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର ମଧ୍ୟରେ ଆଜି ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ