ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା: ଫିନାଇଲ ବିକ୍ରି କରି ସ୍ବାବଲମ୍ବୀ ଦିବ୍ୟାଙ୍ଗ ଦମ୍ପତି

ଦେବଗଡ଼: ଦୃଢ ଇଚ୍ଛାଶକ୍ତି ଓ ନିଜ ଉପରେ ଆତ୍ମବିଶ୍ବାସ ଥିଲେ ଜୀବନରେ କିଛି ବି ଅସୁବିଧା ଥାଉ ନାଁ କାହିଁକି ସବୁ ସମ୍ଭବ ହୋଇପାରିବ । ଉକ୍ତ କଥାକୁ ପ୍ରମାଣ କରି ଦେଖାଇଛନ୍ତି ପୌରାଚଂଳର ଜଣେ ଦିବ୍ୟାଙ୍ଗ ଦମ୍ପତି । ଫିନାଇଲ ବିକ୍ରି କିରି ସମାଜର ମୁଖ୍ୟସ୍ରୋତ‌ରେ ସାମିଲ ହେବା ସହିତ ହୋଇଛନ୍ତି ସ୍ୱାବଲମ୍ବୀ। ସୂଚନା ଅନୁଯାୟୀ, ପୌରାଚଂଳର ଶନି ମନ୍ଦିର ସମ୍ମୁଖରେ ଏକ ଛୋଟ ଘରେ ରହୁଛନ୍ତି ଦିବ୍ୟାଙ୍ଗ ଦମ୍ପତ୍ତି ରୁଦ୍ର ପ୍ରତାପ ଭୁକ୍ତା ଓ ତାଙ୍କ ସ୍ତ୍ରୀ ବୁଦୁନି ଭୁକ୍ତା । ରୁଦ୍ର ପିଲା ଦିନୁ ଏକ ଦୁର୍ଘଟଣାରେ ନିଜର ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି । ତାଙ୍କ ସ୍ତ୍ରୀ ବୁଦୁନିଙ୍କୁ ମଧ୍ୟ ସ୍ବଳ୍ପ ଦେଖାଯାଏ । ଏହି ଦମ୍ପତ୍ତି ଜଣକ କାହା ଉପରେ ନିର୍ଭରଶୀଳ ହୋଇନାହାନ୍ତି । ନିଜ ଗୋଡରେ ଠିଆ ହୋଇ ବେଶ ଦୁଇ ପାଇସା ରୋଜଗାର କରିପାରୁଛନ୍ତି । ଏମାନଙ୍କ ଦୃଢ଼ ଇଛାଶକ୍ତି ଓ ନିଷ୍ଠା ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ସାଧାରଣ ମଣିଷଙ୍କ ଭଳି ଏମାନେ ମଧ୍ୟ ନିଜ ପାଇଁ ନିଜେ ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ।ପ୍ରଥମେ ରୁଦ୍ର ୨୦୧୭ରେ ଭୁବନେଶ୍ବରରେ ଉତ୍କଳ ଦୃଷ୍ଟିହୀନ ସଂଘ ସହାୟତାରେ ଫିନାଇଲ ଓ ବ୍ଲିଚିଂ ପ୍ରସ୍ତୁତିର ଟ୍ରେନିଂ ନେଇଥିଲେ । ୨୦୧୯ରେ ସେ ଉକ୍ତ ଟ୍ରେନିଂ ସମାପ୍ତ କରିଥିଲେ । ଏହା ପରେ ବିଗତ କିଛିମାସ ହେଲା ପୌରାଚଂଳର ଶନି ମନ୍ଦିର ପାଖରେ ରହୁଥିବା ତାଙ୍କ ଘର ସମ୍ମୁଖରେ ଏକ ଷ୍ଟଲ ଖୋଲି ସେଠାରେ ନିଜ ହାତ ତିଆରି ଫିନାଇଲ ଓ ବ୍ଳଚିଂ ପାଉଡର ବିକ୍ରିକରି ରୋଜଗାରକ୍ଷମ ହୋଇଛନ୍ତି ଦମ୍ପତ୍ତି ଜଣକ । ଏହି ବ୍ୟବସାୟରୁ ଯେତିକ ଉପାର୍ଜନ ହେଉଛି ସେଥୁରୁ ବୃ୍ଦ୍ଧା ବାପାମାଆଙ୍କ ସେବା ଶ୍ରୁଶ୍ରୁଷା କରିବା ସହିତ ପରିବାର ଚଳାଉଥିବା ରୁଦ୍ର ପ୍ରତାପ କହିଛନ୍ତି ।ଏହାସହିତ ତାଙ୍କ ତ୍ସୀ ବୁଦୁନୀଙ୍କୁ ସ୍ବଳ୍ପ ଦେଖାଯାuଥିଲେ ମଧ୍ୟ ସେ ବି କୌଣସି ଗୁଣରେ କମ ନୁହଁନ୍ତି । ସେ ମହିଳା ଦୃଷ୍ଟିହୀନ କ୍ରିକେଟ ସଂଘ ପକ୍ଷରୁ ରାଜ୍ୟ ତଥା ଓଡିଶା ବାହାରେ ମଧ୍ୟ କ୍ରିକେଟ ଖେଳି ସାରିଛନ୍ତି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ ସ୍ବଳ୍ପ ଦେଖାଯାଉଥିସେବାରୁ ଆଉ ଆଗ ପରି କ୍ରିକେଟ ଖେଳି ପାରୁନାହଁନ୍ତି । ଦମ୍ପତ୍ତିଙ୍କ ଏହି ପ୍ରୟାସ ସେମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଦିବ୍ୟାଙ୍ଗ ଦମ୍ପତିଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ସେମାନେ ତାଙ୍କ ବ୍ୟବସାୟକୁ ଅଧିକ ବୃଦ୍ଧି କରିବା ସହିତ ଅନ୍ୟପାଇଁ ରୋଜଗାର ପନ୍ଥା ସୃଷ୍ଟି କରିପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ