ନୂଆପଡା ଯିବେ ଡିଜିପି

ନୂଆପଡ଼ା: ନକ୍ସଲମୁକ୍ତ ଭାରତ ଦିଗରେ ସୁରକ୍ଷା ବହିନୀକୁ ବଡ଼ ସଫଳତା ମିଳିଛି । ଓଡିଶା ଛତିଶଗଡ ସୀମାନ୍ତବର୍ତ୍ତୀ କୁଲାଡୀଘାଟ ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେଥିପାଇଁ ବୁଧବାର ନୂଆପଡା ଜିଲ୍ଲାକୁ ଗସ୍ତ କରିବେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ। ନୂଆପଡାରେ ପହଞ୍ଚି ସ୍ଥିତି ପରଖିବା ସହ ଜିଲ୍ଲା ପୋଲିସ ଆଧିକାରୀଙ୍କ ସହ ଅଧିକ ଆଲୋଚନା କରିବେ ।

ଉଭୟ ଛତିଶଗଡ ଓ ଓଡିଶା ରାଜ୍ୟର ଗରିଆବନ୍ଧ ଓ ନୂଆପଡା ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇ ଥିବା କୁମ୍ୱିଂ ଅପରେସନରେ ୩୬ ଘଣ୍ଟା ପରେ ନୂଆପଡା ଏସ୍‌ଓଜି ଟିମ୍‌ ଏବଂ ଗରିଆବନ୍ଧ ସୁରକ୍ଷା ବାହିନୀ ୨୭ ଜଣଙ୍କ ମଧ୍ୟରୁ ମୋଟ ୧୭ ଜଣଙ୍କ ମୃତଦେହ ଠାବ କରିଥିଲେ । ସର୍ଚ୍ଚ ଅପରେସନ ବର୍ତ୍ତମାନ ମଧ୍ୟ ଚାଲୁ ରହିଥିବା ବେଳେ ଆହୁରି ନକ୍ସଲି ମୃତଦେହ ଠାବ ହେବା ନେଇ ଅନୁମାନ କରାଯାଉଛି । ଏହି ସର୍ଚ୍ଚ ଅପରେସନ୍‌ରେ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏହି କାରଣରୁ ନୂଆପଡା ଜିଲ୍ଲାକୁ ବୁଧବାର ଗସ୍ତ କରିବେ ନୂଆପଡା ଓଡିଶା ଡିଜିପି ୱାଇ ବି ଖୁରାନିଆ । ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ର ସ୍ଥିତି ପରଖିବା ସହ ଜିଲ୍ଲା ପୋଲିସ ଆଧିକାରୀଙ୍କ ସହ ଏହି ଘଟଣା ସମ୍ପର୍ତରେ ଅଧିକ ଆଲୋଚନା କରିବେ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ