ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ ଡକୟାର୍ଡଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ଷ୍ଟିଲ୍‌ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ ‘INS ମହେନ୍ଦ୍ରଗିରି’ (F-38) କୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଡକୟାର୍ଡରେ ‘ଗାର୍ଡ ଅଫ୍ ଅନର୍’ ପ୍ରଦାନ କରାଯାଇଥିଲା । ଆମେରିକା-ଇରାନ ସଂଘର୍ଷ ଏବଂ ରେଡ୍ ସି’ର ସ୍ଥିତି ଯୋଗୁଁ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହି ଯୁଦ୍ଧପୋତର କମିଶନିଂ କରାଯାଇଛି । ବିଗତ ବର୍ଷେ ମଧ୍ୟରେ ଭାରତୀୟ ନୌସେନାରେ ସାମିଲ ହୋଇଥିବା ଯୁଦ୍ଧପୋତ ସଂଖ୍ୟା ୧୮ ଅତିକ୍ରମ କରିଛି ଏବଂ ୨୦୨୬ ଶେଷ ସୁଦ୍ଧା ଆହୁରି ସମାନ ସଂଖ୍ୟକ ଜାହାଜ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ମହାଶକ୍ତିଶାଳୀ ଫ୍ରିଗେଟ୍‌ର ନାଁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ ପୂର୍ବଘାଟ ପର୍ବତମାଳାର ପ୍ରସିଦ୍ଧ ଶୃଙ୍ଗ ‘ମହେନ୍ଦ୍ରଗିରି’ ସଦୃଶ ରଖାଯାଇଛି, ଯାହା ଶକ୍ତି, ଅଦମ୍ୟ ସାହସ ଏବଂ ଭାରତୀୟ ଐତିହ୍ୟକୁ ଦର୍ଶାଉଛି । INS ମହେନ୍ଦ୍ରଗିରି ହେଉଛି ଏକ ‘ନୀଳଗିରି-କ୍ଲାସ’ ଷ୍ଟିଲ୍‌ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ । ଏହାକୁ ଇଣ୍ଡିଆନ୍ ନେଭିର ‘ୱାରସିପ୍ ଡିଜାଇନ୍ ବ୍ୟୁରୋ’ ଡିଜାଇନ୍ କରିଥିବା ବେଳେ ମୁମ୍ବାଇର ‘ମାଝାଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍’ ଏହାର ନିର୍ମାଣ କରିଛି । ଏହି ଯୁଦ୍ଧପୋତରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ସରଞ୍ଜାମ ଓ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି, ଯାହା ବିଦେଶୀ ପ୍ରତିରକ୍ଷା ଆମଦାନୀ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିଛି ।
ଭବିଷ୍ୟତର ଆଧୁନିକ ନୌସେନା ଯୁଦ୍ଧ ଏବଂ ଦୂରଗାମୀ ମିଶନକୁ ଦୃଷ୍ଟିରେ ରଖି INS ମହେନ୍ଦ୍ରଗିରିକୁ ପ୍ରସ୍ତୁତ କରାଯାଇଛି । ଏହା ଏକାସଙ୍ଗେ ଏକାଧିକ ମୋର୍ଚ୍ଚାରେ ଶତ୍ରୁକୁ ମାତ୍ ଦେବାର କ୍ଷମତା ରଖିଛି । ଏହା ଆଣ୍ଟି-ଏୟାର ଅର୍ଥାତ୍ ଆକାଶମାର୍ଗରୁ ଆକ୍ରମଣ ରୋକିବା, ଆଣ୍ଟି-ସରଫେସ୍ ଅର୍ଥାତ୍ ସମୁଦ୍ର ପୃଷ୍ଠରେ ଆକ୍ରମଣ ଏବଂ ଆଣ୍ଟି-ସବମାରିନ ଅର୍ଥାତ୍ ବୁଡ଼ାଜାହାଜ ବିରୋଧୀ ଅପରେସନକୁ ଅତି ସଠିକତାର ସହ ସଫଳ କରିପାରିବ ।

  • Related Posts

    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading
    ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ