ନିଟ୍‌-ୟୁଜି ଫଳ ପ୍ରକାଶ: ସାତ୍ତ୍ୱିକ ପଟ୍ଟନାୟକ ଓଡ଼ିଶା ଟପର୍‌

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ନିଟ୍-ୟୁଜି ୨୦୨୬ ପରୀକ୍ଷା ଫଳ ଜାରି କରାଯାଇଛି । ଚଳିତଥର ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୨୧ ହଜାର କୃତକାର୍ଯ୍ୟ ହୋଇଛନ୍ତି । ଏହି ନମ୍ବର ଆଧାରରେ ସେମାନଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ୍ ସମେତ ବିଭିନ୍ନ ଡାକ୍ତରୀ ସ୍ନାତକ ବିଭାଗରେ ନାମଲେଖା ସୁଯୋଗ ମିଳିବ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୫୮ ପ୍ରତିଶତ ହେଉଛନ୍ତି ଛାତ୍ରୀ । ୮ ରାଜ୍ୟର ୧୭ ରାଜ୍ୟ ଟପ୍ପର୍(ଷ୍ଟେଟ ଟପ୍ପର୍ସ) ୭୦୦ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି ।ମିଳିଥିବା ସୂଚନା ମୁତାବକ ନିଟ୍ ପରୀକ୍ଷାରେ ପଞ୍ଜାବର ଆର୍ଯ୍ୟାନ ଗୁପ୍ତା ଓ ହରିଆନାର ପାଂଶୁଲ ବଂଶଲ ସର୍ବଭାରତୀୟ ଯୁଗ୍ମ ଟପର୍ ହୋଇଥିବା ବେଳେ ସାତ୍ତ୍ୱିକ ପଟ୍ଟନାୟକ ଓଡ଼ିଶା ଟପର୍ ହୋଇଛନ୍ତି । ସାତ୍ତ୍ୱିକ ଦେଶରେ ୪୦ତମ ର୍ୟାଙ୍କ ହାସଲ କରିବା ବେଳେ ମୋଟ ୯୯.୯୯୭୮୯୯୯ ପର୍ସେଣ୍ଟାଇଲ୍ ନମ୍ବର ରଖିଛନ୍ତି । ତେବେ ଓଡ଼ିଶାରେ ପାଖାପାଖି ୩ ହଜାର ମେଡିକାଲ୍ ସିଟ୍ ରହିଛି । ଯାହାର କାଉନସେଲିଂ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କର୍ତ୍ତୃପକ୍ଷ କରିବେ । ୬୯୦ କିମ୍ବା ତାହାଠୁ ଅଧିକ ନମ୍ବର ରଖିଥିବା ୧୩୮ଜଣଙ୍କ ମଧ୍ୟରେ ଓଡ଼ିଶାର ଅମନ କୁମାର ନାୟକ ସର୍ବଭାରତୀୟ ସ୍ତରରେ ୮୦ ନମ୍ବର ର୍ୟାଙ୍କ ହାସଲ କରିଛନ୍ତି । ଅମନ ୯୯.୯୯୫୯୯୯୮ ପର୍ସେଣ୍ଟାଇଲ୍ ରଖିଛନ୍ତି । ସେହିପରି ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି ।

ଅନ୍ୟପକ୍ଷରେ ଲାକ୍ଷାଦ୍ୱୀପରେ ସବୁଠାରୁ କମ୍ ମାତ୍ର ୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥର ୧୩୮ ଜଣ ପ୍ରାର୍ଥୀ ମୋଟ ୭୨୦ ନମ୍ବରରୁ ୬୯୦ରୁ ଅଧିକ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରଥମଥର ପରୀକ୍ଷା ଦେଇଛନ୍ତି । ସେହିଭଳି ୯୯ ପ୍ରତିଶତ ଟପ୍ ନମ୍ବରଧାରୀଙ୍କ ବୟସ ୧୭ରୁ ୧୯ ବର୍ଷ ମଧ୍ୟରେ ରହିଛି । ନିଟ୍ ପରୀକ୍ଷା ୧୩ଟି ଭାଷାରେ ଆୟୋଜିତ ହୋଇଥିଲା । ଦେଶର ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେଇଥିଲେ । ନିଟ୍-ୟୁଜି ୨୦୨୬ ପରୀକ୍ଷା ପୂର୍ବରୁ ଗତ ମେ ୩ ତାରିଖରେ ଆୟୋଜିତ ହୋଇଥିଲା । କିନ୍ତୁ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ କାରଣରୁ ଏହାକୁ ରଦ୍ଦ କରିବାକୁ ପଡିଥିଲା । ଏହା ପରେ ଏନ୍‌ଟିଏ ପକ୍ଷରୁ ଜୁନ ୨୧ରେ ପୁନର୍ବାର ନିଟ୍-ୟୁଜି ୨୦୨୬ କରାଯାଇଥିଲା । ତେବେ ଫଳାଫଳ ଜାରି କରିବାର ୧ ଘଣ୍ଟା ପୂର୍ବରୁ ଏନ୍ଟିଏ ଉତ୍ତର କପି ଜାରି କରିଥିଲା ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ