ଇରାନ ଉପରେ ଆମେରିକାର ଆକ୍ରମଣ ଜାରି

ୱାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ସାମରିକ ସଂଘର୍ଷ କ୍ରମରେ ଆମେରିକା ସେନା କ୍ରମାଗତ ପଞ୍ଚମ ଦିନ ପାଇଁ ଇରାନର ବିଭିନ୍ନ ସାମରିକ ଘାଟିକୁ ଟାର୍ଗେଟ୍ କରି ବିମାନ ଆକ୍ରମଣ କରିଛି। ବିଶେଷ କରି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହର୍ମୁଜ ପ୍ରଣାଳୀ ନିକଟରେ ଥିବା ଇରାନର ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଆମେରିକା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌)ର ସୂଚନା ଦେଇଛି ଯେ, ବାଣିଜ୍ୟିକ ଓ ସାଧାରଣ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରାକୁ ବାଧାପ୍ରାପ୍ତ କରୁଥିବା ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ। ଆମେରିକା ବାୟୁସେନା ହର୍ମୁଜ ପ୍ରଣାଳୀ ନିକଟରେ ଥିବା ଗ୍ରେଟର ଟୁନ୍‌ବ ଦ୍ୱୀପ ଉପରେ ବ୍ୟାପକ ଆକ୍ରମଣ କରିଛି। ସେଠାରେ ଥିବା ଇରାନର ଉପକୂଳ ସୁରକ୍ଷା ବ୍ୟବସ୍ଥା ଓ କ୍ରୁଜ୍ କ୍ଷେପଣାସ୍ତ୍ର ସଂରକ୍ଷଣ ଘାଟିଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯାଇଛି। ଇରାନର ବନ୍ଦର ସହର ବନ୍ଦର ଆବାସ, ଚାବାହାର ଓ ଅହୱାଜରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନର ସମସ୍ତ ବନ୍ଦର ଉପରେ ସାମୁଦ୍ରିକ ଅବରୋଧ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧକକୁ ଭାଙ୍ଗି ଇରାନ ଅଭିମୁଖେ ଯାଉଥିବା କୁରାସାଓ ପତାକାଧାରୀ ଏକ ଖାଲି ତୈଳ ଟ୍ୟାଙ୍କର ଉପରେ ଆମେରିକୀୟ ଯୁଦ୍ଧବିମାନ ହେଲଫାୟାର କ୍ଷେପଣାସ୍ତ୍ର ମାଡ଼ କରି ଅଚଳ କରିଦେଇଛି। ଆମେରିକାର ଏହି ଆକ୍ରମଣକୁ ନେଇ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ କହିଛନ୍ତି ଯେ, ଏହା ଆମେରିକା ସହ ତାଙ୍କର ଏକ ଅସ୍ତିତ୍ୱର ଯୁଦ୍ଧ। ଏହାସହ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ଧମକ ଦେଇଛି ଯେ, ଯଦି ଆମେରିକା ତା’ର ଆକ୍ରମଣ ବନ୍ଦ ନକରେ, ତେବେ ତା’ର ସହଯୋଗୀ ଦେଶଗୁଡ଼ିକର ସମସ୍ତ ଶକ୍ତି ଓ ତେଲ ରପ୍ତାନି କରିଡରକୁ ଧ୍ୱଂସ କରିଦିଆଯିବ। ଇରାନ ଗତ ସପ୍ତାହରେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବ୍ୟାପକ ଭାବେ ବୃଦ୍ଧି ପାଇ ବାରେଲ ପିଛା ୮୫ ଡଲାର ନିକଟରେ ପହଞ୍ଚିଛି।
ଇରାନ ଓ ଆମେରିକା ଯୁଦ୍ଧ ଉତ୍ତେଜନା ମଧ୍ୟରେ ଇରାନର ରାଜଧାନୀ ତେହେରାନରେ ଏକ ବିବାଦୀୟ ବିଲ୍‌ବୋର୍ଡ ଦେଖିବାକୁ ମିଳିଛି। ଏହି ବିଲ୍‌ବୋର୍ଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଫିନ ଭିତରେ ଶୋଇଥିବାର ଚିତ୍ରିତ କରାଯାଇଛି। ଏହା ସହିତ ସେଥିରେ ଇଂରାଜୀ ଓ ପାର୍ସୀ ଭାଷାରେ ‘ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆମେ ମାରିଦେବୁ’ ବୋଲି ଏକ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି। ତେହେରାନର ସବୁଠାରୁ ବ୍ୟସ୍ତବହୁଳ ଛକ ‘ଏଙ୍ଗେଲାବ ସ୍କୋୟାର’ରେ ଏହି ବିଶାଳ ପୋଷ୍ଟର ଲଗାଯାଇଛି। ଏଥିରେ ଟ୍ରମ୍ପ ନିଜର ପ୍ରସିଦ୍ଧ ଲାଲ୍ ଟାଇ ପିନ୍ଧି, ଆଖି ବନ୍ଦ କରି କଫିନ ଭିତରେ ଶୋଇଥିବା ଅବସ୍ଥାରେ ଦେଖାଯାଇଛି। ଏହି ବିଲ୍‌ବୋର୍ଡରେ ଫେବୃଆରୀ ମାସରେ ପ୍ରାଣ ହରାଇଥିବା ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା କଥା ଉଲ୍ଲେଖ କରାଯାଇଛି। ଏହା ସହିତ ଏଥିରେ ‘ମିନାବର ଶିଶୁମାନଙ୍କ ସ୍ମୃତିରେ’ ବୋଲି ଲେଖାଯାଇଛି। ଗତ ଫେବୃଆରୀ ୨୮ ତାରିଖରେ ଦକ୍ଷିଣ ଇରାନର ମିନାବ ସହରରେ ଆମେରିକାର ଏକ ଏୟାରଷ୍ଟ୍ରାଇକ୍‌ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଅନେକ ଶିଶୁ ପ୍ରାଣ ହରାଇଥିଲେ। ଆମେରିକା ସେନା ଇରାନର ସାମରିକ ଘାଟିଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣ କରୁଥିବାରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଭୟଙ୍କର ହୋଇଛି। ଏହି ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପଙ୍କ କଫିନ ବିଲ୍‌ବୋର୍ଡ ଲଗାଯିବା ଦ୍ୱାରା ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଇରାନରେ ଆମେରିକା ବିରୋଧୀ ପ୍ରଚାର ସାଧାରଣ କଥା ହୋଇଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କୁ ଜୀବନରୁ ମାରିଦେବାର ଧମକ ଦେବା ଅତ୍ୟନ୍ତ ଅସାଧାରଣ ଓ ସମ୍ବେଦନଶୀଳ ମନେକରାଯାଉଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ