ପୁଣି ବଢ଼ିଲା ଦର, ଗୋଟିଏ ଅଣ୍ଡାର ଦାମ୍ ୯ଟଙ୍କା

ଭୁବନେଶ୍ୱର: ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୯ଟଙ୍କା । କିଛିଦିନ ତଳେ ୭ଟଙ୍କା ୧୫ ପଇସା ଥିଲା । ହଠାତ୍ ଦର ସିଧା ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’ ପୂର୍ବରୁ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କାରେ ପହଞ୍ଚିଛି ।
ଅଣ୍ଡା ଦର ବୃଦ୍ଧିକୁ ନେଇ ଯୁକ୍ତି ରଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ । ସେ କହିଛନ୍ତି ବିଭିନ୍ନ କାରଣ ନେଇ ଅଣ୍ଡା ଦର ବଢିଛି । ୭ଟଙ୍କା ୧୫ ପଇସାରେ ଅଣ୍ଡା ଉତ୍ପାଦନକାରୀମାନେ ବିକୁଛନ୍ତି । ଖୁଚୁରା ବ୍ୟବସାୟୀମାନେ ପାଖାପାଖି ଗୋଟିଏ ଅଣ୍ଡାକୁ ୯ ଟଙ୍କା ରେ ବିକ୍ରି କରୁଛନ୍ତି । ବିଶ୍ୱ ସ୍ତରୀୟ ଚାହିଦା ବୃଦ୍ଧି ପାଉଛି, ଅଣ୍ଡା ରପ୍ତାନି ବୃଦ୍ଧି ପାଇଛି । ଅଣ୍ଡାର ରପ୍ତାନୀ ବଢିଛି ଓ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ମୋର୍ଟଲିଟି ରେଟ ବଢିଛି । ଏହାହିଁ ଅଣ୍ଡା ଦର ବୃଦ୍ଧିର ମୁଖ୍ୟ କାରଣ । ୧ କୋଟି ପର୍ଯ୍ୟନ୍ତ ସବସିଡି ଦେଉଛୁ କିନ୍ତୁ ଆଗକୁ ୧୦ କୋଟି ଟଙ୍କା ସବସିଡି କରିବୁ। ଯାହାଫଳରେ ଅଣ୍ଡା ଚାହିଦା ପୂରଣ ହୋଇପାରିବ। ବର୍ତ୍ତମାନ ସେତେବେଳେ ଦର କମିବ ଯେତେବେଳେ ଉତ୍ପାଦନ ହାର ବଢ଼ିବ । ପ୍ରତିଦିନ ୨ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।
ସେହିଭଳି ରାଜ୍ୟରେ ଦୈନିକ ୧ କୋଟି୨୬ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ସେହି ଅନୁପାତରେ ବାର୍ଷିକ ୪୬୦ କୋଟି ଅଣ୍ଡା ଉତ୍ପାଦନ ହେଉଛି । ତେବେ ରାଜ୍ୟରେ ବାର୍ଷିକ ୮୦୦ରୁ ୯୦୦ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ଅଭାବ ଦେଖା ଯାଉଛି। ଏହାକୁ ୨ କୋଟି ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରିଛନ୍ତି।

  • Related Posts

    ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନଶ୍ୱେର : ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ।…

    Continue reading
    ଡିଜିପି ଚୟନ ବିବାଦ; ଆଜି ସୁପ୍ରିମକୋର୍ଟରେ ହେବନି ଶୁଣାଣି

    ଓଡ଼ିଶା ଡିଜିପି ଚୟନ ବିବାଦ ନେଇ ସୁପ୍ରିକୋର୍ଟରେ ଶୁଣାଣି ପ୍ରସଙ୍ଗ। ଆଜି ହେବନାହିଁ ସୁପ୍ରିମକୋର୍ଟରେ ଶୁଣାଣି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଲାଗି ମାମଲା ତାଲିକାଭୁକ୍ତ କରାଯାଇନାହିଁ । ଡିଜିପି ଚୟନ ବିବାଦ ନେଇ ସୁପ୍ରିମକୋର୍ଟରେ ହୋଇଛି ଜନସ୍ବାର୍ଥ ମାମଲା। ପୋଲିସ୍ ଡିଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ