ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି:ଅରୁଣ ସାହୁ

ରାୟଗଡ଼ା: ଡବଲ ଇଞ୍ଜିନ୍‌ ନାରା ଦେଇ ସରକାରକୁ ଆସିଲେ। ଦରଦାମ ନିୟନ୍ତ୍ରଣ, କଟ୍‌ନିଛଟ୍‌ନି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କ୍ଷମତାକୁ ଆସିବାର ୮ମାସ ପରେ ସବୁ ଓଲଟା ହେଉଛି। ଦରଦାମ ବଢ଼ୁଛି, କଟ୍‌ନିଛଟ୍‌ନି ବନ୍ଦ ହୋଇନି। ଚାଷୀଙ୍କୁ କେମିତି ଶୋଷଣ କରାଯାଉଛି ଓଡ଼ିଶାବାସୀ ଦେଖୁଛନ୍ତି। ଜନତା ଏହି ସରକାରଙ୍କ ଠାରୁ ନିଶ୍ଚୟ ଦୂରେଇ ଯିବେ ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ରାୟଗଡା ଗସ୍ତରେ ଆସିଥିବା ଅରୁଣ ସାହୁ ଜିଲ୍ଲା ବିଜେଡି କାର୍ୟ୍ୟାଳୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। କହିଥିଲେ, ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି। ବିଜେଡି ୨୪ବର୍ଷ ଶାସନ କରିବା ପରେ ଆମ ଭିତରେ ଅହଙ୍କାର ବଢ଼ି ଯାଇଥିଲା। ତେଣୁ ନିର୍ବାଚନ ହାରିଲୁ, ଜନତା ଆମକୁ ବିରୋଧୀ ଆସନରେ ବସାଇଛନ୍ତି। ତେବେ ଆମେ ହତାଶ ହେବା ନାହିଁ। ଦଳ ଭିତରେ ଥିବା ଅସନ୍ତୋଷ, ନିଜ ନିଜ ମଧ୍ୟରେ ରହିଥିବା ଦ୍ବନ୍ଦ୍ବକୁ ଭୁଲିଗଲେ ବିଜେଡି ପୁଣି କ୍ଷମତାକୁ ଆସିବ ବୋଲି ଅରୁଣ ସାହୁ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

    ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…

    Continue reading
    ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

    ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ