ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି:ଅରୁଣ ସାହୁ

ରାୟଗଡ଼ା: ଡବଲ ଇଞ୍ଜିନ୍‌ ନାରା ଦେଇ ସରକାରକୁ ଆସିଲେ। ଦରଦାମ ନିୟନ୍ତ୍ରଣ, କଟ୍‌ନିଛଟ୍‌ନି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କ୍ଷମତାକୁ ଆସିବାର ୮ମାସ ପରେ ସବୁ ଓଲଟା ହେଉଛି। ଦରଦାମ ବଢ଼ୁଛି, କଟ୍‌ନିଛଟ୍‌ନି ବନ୍ଦ ହୋଇନି। ଚାଷୀଙ୍କୁ କେମିତି ଶୋଷଣ କରାଯାଉଛି ଓଡ଼ିଶାବାସୀ ଦେଖୁଛନ୍ତି। ଜନତା ଏହି ସରକାରଙ୍କ ଠାରୁ ନିଶ୍ଚୟ ଦୂରେଇ ଯିବେ ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ରାୟଗଡା ଗସ୍ତରେ ଆସିଥିବା ଅରୁଣ ସାହୁ ଜିଲ୍ଲା ବିଜେଡି କାର୍ୟ୍ୟାଳୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। କହିଥିଲେ, ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି। ବିଜେଡି ୨୪ବର୍ଷ ଶାସନ କରିବା ପରେ ଆମ ଭିତରେ ଅହଙ୍କାର ବଢ଼ି ଯାଇଥିଲା। ତେଣୁ ନିର୍ବାଚନ ହାରିଲୁ, ଜନତା ଆମକୁ ବିରୋଧୀ ଆସନରେ ବସାଇଛନ୍ତି। ତେବେ ଆମେ ହତାଶ ହେବା ନାହିଁ। ଦଳ ଭିତରେ ଥିବା ଅସନ୍ତୋଷ, ନିଜ ନିଜ ମଧ୍ୟରେ ରହିଥିବା ଦ୍ବନ୍ଦ୍ବକୁ ଭୁଲିଗଲେ ବିଜେଡି ପୁଣି କ୍ଷମତାକୁ ଆସିବ ବୋଲି ଅରୁଣ ସାହୁ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି