ହସ୍ପିଟାଲରେ ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା

ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଶିଶୁ ଓ ମାତୃ ହସ୍ପିଟାଲରେ ଗୁରୁବାର ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତ ରବିବାର କଣ୍ଟାବାଞ୍ଜି ଆଶ୍ରମପଡ଼ାର ଅନୀଲ ବେହେରାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ଗର୍ଭରେ ଥିବା ଶିଶୁ ମୃତ ବୋଲି ଜଣାପଡ଼ିଥିଲା। ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରୁ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସୋମବାର ଅସ୍ତ୍ରୋପଚାର କରାଯାଇ ମହିଳାଙ୍କ ପେଟରୁ ମୃତ ଶିଶୁ ବାହାର କରାଯାଇଥିଲା। ଗୁରୁବାର ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ମହିଳାଙ୍କୁ ଦେଖିବା ପାଇଁ ହସ୍ପିଟାଲ ଭିତରକୁ ଯିବାବେଳେ ସ୍ବାମୀ ଅନୀଲ ବେହେରାଙ୍କୁ ହସ୍ପିଟାଲ ସିକ୍ୟୁରିଟି ଗାର୍ଡ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଉପସ୍ଥିତି ରହି ପଚରାଉଚରା କରୁଛି।

  • Related Posts

    ଯନ୍ତ୍ରୀଙ୍କ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ଉ

    କଳିଙ୍ଗନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ…

    Continue reading
    ୨ ନାବାଳକ ହତ୍ୟାକାରୀ ଗିରଫ

    କଟକ: ବାଲିଯାତ୍ରା ତଳପଡ଼ିଆରେ ମହାନଦୀକୂଳରେ ସ୍କୁଲ୍ ଛାତ୍ରଙ୍କୁ ହତ୍ୟା କରିବା ଘଟଣାରେ କ୍ୟାଣ୍ଟନ୍‌ମେଣ୍ଟ୍ ଥାନା ପୁଲିସ ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି । ଏକ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବାର ପୁଲିସ କହିଛି । ନାବାଳିକା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି