୨ ନାବାଳକ ହତ୍ୟାକାରୀ ଗିରଫ

କଟକ: ବାଲିଯାତ୍ରା ତଳପଡ଼ିଆରେ ମହାନଦୀକୂଳରେ ସ୍କୁଲ୍ ଛାତ୍ରଙ୍କୁ ହତ୍ୟା କରିବା ଘଟଣାରେ କ୍ୟାଣ୍ଟନ୍‌ମେଣ୍ଟ୍ ଥାନା ପୁଲିସ ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି । ଏକ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବାର ପୁଲିସ କହିଛି । ନାବାଳିକା ପ୍ରେମିକାଙ୍କ ବାଟରୁ କଣ୍ଟା ସଫା କରିବା ପାଇଁ ଦୁଇ ସହଯୋଗୀ ନାବାଳକ ଦଶମ ଶ୍ରେଣୀ ଯଥା ରାଜାବଗିଚା ବଢ଼େଇ ସାହିରେ ଭଡ଼ା ରହୁଥିବା ସୁମନ୍ତ ସାହୁ(୧୫)ଙ୍କୁ ହତ୍ୟା କରିଥିବାର ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ସହ ସ୍କୁଟି, ମୋବାଇଲ୍ ପୁଲିସ ଜବତ କରିଛି । ଗିରଫ ହୋଇଥିବା ଦୁଇ ଜଣ ଯାକ ନାବାଳକଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ପ୍ରଥମ ବର୍ଷ ଛାତ୍ର ଓ ଅନ୍ୟ ଜଣେ +୨ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର । ମୁଖ୍ୟ ଅଭିଯୁକ୍ତ ବାଣିଜ୍ୟ ଛାତ୍ରର ଘର କାଜିବଜାର ଅଞ୍ଚଳରେ ଓ ତା’ର ସହଯୋଗୀ ଘର ବାଲୁବଜାର ଅଞ୍ଚଳରେ । ବାଣିଜ୍ୟ ଛାତ୍ର ଜଣକ ନିଜ ପ୍ରେମିକାଙ୍କ ବାଟରୁ କଣ୍ଟା ସଫା କରିବାକୁ ଦଶମ ଶ୍ରେଣୀ ଛାତ୍ର ସୁମନ୍ତଙ୍କୁ ଯୋଜନାବଦ୍ଧ ଭାବେ ଅନ୍ୟ ଜଣେ ସାଙ୍ଗ ସହ ମିଶି ହତ୍ୟା କରିଛି ବୋଲି କ୍ୟାଣ୍ଟନ୍ମେଣ୍ଟ୍ ଥାନା ପୁଲିସ କହିଛି । ଅଭିଯୁକ୍ତମାନେ ମାତ୍ର ୧୬ ବର୍ଷ ବୟସର ହୋଇଥିଲେ ମଧ୍ୟ ସିନେମା ଶୈଳୀରେ ହତ୍ୟା କରିଛନ୍ତି । ସମ୍ପୃକ୍ତ ନାବାଳକ ଦ୍ୱୟଙ୍କୁ ଅନୁଗୁଳସ୍ଥିତ ବାଳ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସହରର ଏକ ଶିଶୁ ମନ୍ଦିରରେ ପଢ଼ୁଥିବା ସୁମନ ଏକ କୋଚିଙ୍ଗ୍ ସେଣ୍ଟର୍କୁ ଟ୍ୟୁସନ୍ ହେବାକୁ ଯିବା ମଧ୍ୟରେ ଜଣେ ସହପାଠିନୀଙ୍କ ସହ ତାଙ୍କର ଚିହ୍ନା ପରିଚୟ ଥିଲା । ନାବାଳିକା ସହପାଠିନୀଙ୍କ ସହ ସୁମନଙ୍କର କଥାବାର୍ତ୍ତାକୁ ତାଙ୍କ ସିନିୟର ଜଣେ ନାବାଳକ ସହଜରେ ଗ୍ରହଣ କରିପାରୁ ନଥିଲା । ଏହାକୁ ନେଇ ଅତୀତରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବୁଝାମଣା ପରେ ବିବାଦ ସମାଧାନ ହୋଇଥିଲେ ମଧ୍ୟ ସମ୍ପୃକ୍ତ ନାବାଳକ ତଥା +୨ ବାଣିଜ୍ୟ ଛାତ୍ରର ମନରୁ ରାଗ ଯାଇନଥିଲା । ପ୍ରେମିକାଙ୍କ ବାଟରୁ କଣ୍ଟା ସଫା କରିବା ଲକ୍ଷ୍ୟରେ ଅଭିଯୁକ୍ତ ବାଣିଜ୍ୟ ଛାତ୍ର ଜଣକ ଡିପ୍ଲୋମା ଛାତ୍ରର ସହଯୋଗ ନେଇ ଷଡ଼ଯନ୍ତ୍ର ରଚିଥିଲା ।

ବାଣିଜ୍ୟ ଛାତ୍ର ଜଣକ ଏକ ଧାରୁଆ ଛୁରି ଆଣି ପାଖରେ ରଖିବା ସହ ଗତ ରବିବାର ସକାଳେ ସ୍କୁଟି ଯୋଗେ ଡିପ୍ଲୋମା ଛାତ୍ରକୁ ସାଙ୍ଗରେ ଆଣି ସୁମନଙ୍କ ଘର ପାଖରେ ପହଞ୍ଚିଥିଲା । ସୁମନଙ୍କୁ ଘର ପାଖରୁ ଡାକି ନେଇ ଅଭିଯୁକ୍ତମାନେ ବାରବାଟୀ ଷ୍ଟାଡିଅମ୍ ରାସ୍ତାରେ ଆସି ଗଡ଼ଗଡ଼ିଆ ମନ୍ଦିର ନିକଟବର୍ତ୍ତୀ ଦୋକାନରେ ଚା’ ପିଇଥିଲେ । ଚା’ ପିଇ ସାରି ତଳ ବାଲିଯାତ୍ରା ପଡ଼ିଆ ମହାନଦୀ କୂଳ ପାଖକୁ ଯାଇଥିଲେ । ସୁମନ ଗାଡ଼ିରୁ ଓହ୍ଲାଇବା ପରେ ଅଭିଯୁକ୍ତ ଦ୍ୱୟ ନାବାଳିକାଙ୍କ ସହ ପୂର୍ବ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଠେଲାପେଲା ମଧ୍ୟରେ ଦୁଇ ଜଣ ଯାକ ସୁମନଙ୍କୁ ମାଡ଼ ମାରିବା ସହ କାଜିବଜାର ଅଞ୍ଚଳର ବାଣିଜ୍ୟ ଛାତ୍ର ଜଣକ ପାଖରେ ରଖିଥିବା ଧାରୁଆ ଛୁରିରେ ସୁମନଙ୍କ ବେକକୁ ଭୁସି ପକାଇଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ଅଭିଯୁକ୍ତ ଦ୍ୱୟ ଘଟଣାସ୍ଥଳରୁ ଗାଡ଼ି ନେଇ ପାର ହୋଇଯାଇଥିଲେ ବୋଲି ତଦନ୍ତ ସମୟରେ ଦୁଇ ଜଣ ଛାତ୍ର ପୁଲିସ ଆଗରେ ସ୍ୱୀକାର କରିଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ହତ୍ୟାକାଣ୍ଡ ପରେ ଫେରିବା ବେଳେ ସୁମନଙ୍କ ମୋବାଇଲ୍କୁ ସେମାନେ ଭାଙ୍ଗି କାଜିବଜାର ମନ୍ଦିର ନିକଟ ନାଳରେ ଫୋପାଡ଼ି ଦେଇଥିଲେ । ସେହିପରି ଅଭିଯୁକ୍ତ ତା’ର ମୋବାଇଲ୍କୁ ଭାଙ୍ଗି କେଏମ୍ସିର ଅଳିଆ ସଫେଇ ଗାଡ଼ିକୁ ଫିଙ୍ଗି ଦେଇଥିଲା ବୋଲି ପୁଲିସ କହିଛି । ନାଳରେ ଫିଙ୍ଗିଥିବା ମୋବାଇଲ୍ ପୁଲିସ ଜବତ କରିଥିବାର ସୂଚନା ମିଳିଛି ।

  • Related Posts

    ହସ୍ପିଟାଲରେ ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା

    ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଶିଶୁ ଓ ମାତୃ ହସ୍ପିଟାଲରେ ଗୁରୁବାର ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତ ରବିବାର କଣ୍ଟାବାଞ୍ଜି ଆଶ୍ରମପଡ଼ାର ଅନୀଲ ବେହେରାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ଗର୍ଭରେ ଥିବା ଶିଶୁ…

    Continue reading
    ଯନ୍ତ୍ରୀଙ୍କ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ଉ

    କଳିଙ୍ଗନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି