ଯନ୍ତ୍ରୀଙ୍କ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ଉ

କଳିଙ୍ଗନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି। ଜଣେ ଅଧିକାରୀ ଭାବେ ତାଙ୍କର ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ରହିଥିବା ଅଭିଯୋଗ ଆଧାରରେ କଟକ ଚାରବାଟିଆ ଆର୍‌ ଆଣ୍ଡ ବି ଡିଭିଜନ ଅଧୀନରେ କାର୍ଯ୍ୟରତ ତପନ ସେଠୀଙ୍କ ବିରୋଧରେ ଏହି ଚଢ଼ାଉ କରାଯାଉଛି। କଟକ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ ୩ଜଣ ଅତିରିକ୍ତ ଏସ୍‌ପି ୬ଜଣ ଡିଏସ୍‌ପି ୩ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ କରୁଛି। ଭିଜିଲାନ୍ସ ପକ୍ଷରୁ ନିମ୍ନଲିଖିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

କଟକ ସିଡିଏ ସେକ୍ଟର-୭, ପ୍ଲଟ ନମ୍ବର ଏଫ୍‌/୭୭୯ରେ ଥିବା ୩ ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ୩ ମହଲା କୋଠା, କଟକ ଜିଲା କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ ଏବଂ ସିମ୍ପ୍ଲେକ୍ସ, ପୁରୀ ଜିଲା କୋଣାର୍କ ଥାନା ଅଧୀନ ଝିଙ୍କିରିଆସ୍ଥିତ ତାଙ୍କ ପୈତୃକ ଗ୍ରାମରେ ଥିବା ଦୁଇ ମହଲା ଘର, କଟକ ବୟାଳିଶି ମୌଜା ଅନ୍ତର୍ଗତ ବନ୍ତୁଣିଆ ଶିବ ମନ୍ଦିର ନିକଟରେ ଥିବା ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠା, ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡ କାର୍ଯ୍ୟାଳୟରେ ଥିବା ଯନ୍ତ୍ରୀଙ୍କ ଅଫିସ ଚାମ୍ବର।

ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ଚଢ଼ାଉ ଶେଷ ହେବା ପରେ ସମ୍ପତ୍ତି ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଅଧିକ ରିପୋର୍ଟ ପ୍ରକାଶ ପାଇବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

  • Related Posts

    ହସ୍ପିଟାଲରେ ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା

    ବଲାଙ୍ଗୀର: ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଶିଶୁ ଓ ମାତୃ ହସ୍ପିଟାଲରେ ଗୁରୁବାର ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତ ରବିବାର କଣ୍ଟାବାଞ୍ଜି ଆଶ୍ରମପଡ଼ାର ଅନୀଲ ବେହେରାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ଗର୍ଭରେ ଥିବା ଶିଶୁ…

    Continue reading
    ୨ ନାବାଳକ ହତ୍ୟାକାରୀ ଗିରଫ

    କଟକ: ବାଲିଯାତ୍ରା ତଳପଡ଼ିଆରେ ମହାନଦୀକୂଳରେ ସ୍କୁଲ୍ ଛାତ୍ରଙ୍କୁ ହତ୍ୟା କରିବା ଘଟଣାରେ କ୍ୟାଣ୍ଟନ୍‌ମେଣ୍ଟ୍ ଥାନା ପୁଲିସ ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି । ଏକ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବାର ପୁଲିସ କହିଛି । ନାବାଳିକା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି